‘ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କର’

ତୁମୁଡିବନ୍ଧ,୮।୩(ଦୀପକ କୁମାର ପରାସେଠ)-କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ସଭା ଗୃହରେ ଶନିବାର ପୂର୍ବାହ୍ନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଉକ୍ତ ସଭାକୁ ତୁମୁଡିବନ୍ଧ ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିଘ୍ନେଶ୍ବର ଦିଗାଲ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝି ,ସମ୍ମାନୀତ ଅତିଥି ଭାବେ ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡରା ,ମହିଳା ସଭା ନେତ୍ରୀ ରେଣୁବାଳା ମହାନ୍ତି, ତୁମୁଡିବନ୍ଧ ଓଏଲ୍‌ଏମ୍‌ବିପିଏମ୍‌ ଅକ୍ଷୟ କୁମାର ପ୍ରଧାନ, ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ସ୍ନେହ ଲତା ପ୍ରଧାନ ଓ ବିଆର୍‌ସି ସ୍ବପ୍ନାମୟୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ବ୍ଲକ୍‌ ଅଧ୍ୟକ୍ଷା ମାଝି ଆଜିର ଦିନରେ ମହିଳା ମାନେ ମୁଖ୍ୟ ସ୍ରୋତକୁ ଆସିବାକୁ ପଡ଼ିବ। ସମାଜରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ପ୍ରତିବାଦ କରିବାକୁ ହେବ। ବିଶେଷକରି ପୁରୁଷମାନେ ମଦ୍ୟପାନ କରି ମହିଳାଙ୍କୁ ଉପରେ ଅତ୍ୟାଚାର କରୁଛନ୍ତି। ବିଗତ ଦିନରେ ଆମ ତୁମୁଡିବନ୍ଧ ଅଞ୍ଚଳରେ ଏପରି ଘଟଣା ଘଟିଛି। ତେଣୁ ମହିଳାମାନେ ସବୁ କ୍ଷେତ୍ରରେ ପାରଦର୍ଶିତା ହୋଇ ଠିଆ ହେବାକୁ ପଡ଼ିବ। ଏହା ପରେ ପରିବାରର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ହାତରେ ରହିଛି। ଗାଁ ର ପରିମଳ ସ୍ବଚ୍ଛ ରଖିବା ସହିତ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ। ଆମ ସରକାର ମହିଳା ମାନଙ୍କ ପାଇଁ ବହୁତ ଯୋଜନା କରୁଛନ୍ତି ତାହା ଆମେ ଜାଣିବା ଓ ଜଗତକୁ ଜିଣିବା। ଆମେ ସମସ୍ତେ ଏକ ହେବା ଓ କେଉଁ କାରଣ ଆମ ମହିଳା ସମାଜ ପାଇଁ କ୍ଷତିକାରକ ତାହା ଆମେ ଚିହ୍ନଟ କରି ସମସ୍ତେ ମିଶି ଲଢେଇ କରିବା ବୋଲି କହିଛନ୍ତି। ସେହିପରି ବିପିଏମ୍‌ ପ୍ରଧାନ ମହିଳା ମାନଙ୍କ ପାଇଁ ସରକାର କେଉଁ ସବୁ ଯୋଜନା କରିଛନ୍ତି ତାହା ଉପସ୍ଥିତ ମହିଳାମାନଙ୍କୁ ଅବଗତ କରାଇଥିଲେ। ଯନ୍ତ୍ରୀ ପ୍ରଧାନ ବିଭାଗ ତରଫରୁ କିପରି ସ୍ବଚ୍ଛତା ରହିବା ସେ ଉପରେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ର ସିଆରପିସିଏମ୍‌, ଅଙ୍ଗନଓ୍ବାଡ଼ି କର୍ମୀ ଓ ତୁମୁଡିବନ୍ଧ ଅଞ୍ଚଳର ପ୍ରାୟ ଦୁଇ ଶହରୁ ଅଧିକ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri