ଯୋଗ ଦିବସରେ ଏଭଳି ବାର୍ତ୍ତା ଦେଲେ ଏନ୍‌ଏସି ଅଧ୍ୟକ୍ଷ

କେସିଙ୍ଗା୨୧।୬(ତୁମେଶର ସାହୁ): କେସିଙ୍ଗା ବ୍ଲକ ପ୍ରଶାସନ ଏବଂ ଏନ୍‌ଏସିର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଶୁକ୍ରବାର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି।

ସକାଳ ୬.୩୦ରୁ ଲୋକେ ଖେଳ ଭବନରେ ପହଞ୍ଚି ଥିଲେ। ନାମ ପଞ୍ଜୀକରଣ ପରେ ସକାଳ ୮ଟା ପର୍ଯ୍ୟନ୍ତ ଯୋଗଭ୍ୟାସ କରାଯାଇଥିଲା। କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଏବଂ ଏଏସି ନିର୍ବାହୀଅଧିକାରୀ ପ୍ରଣବ କୁମାର ଚାନ୍ଦଙ୍କ ମିଳିତ ଉଦ୍ୟମରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା।

ଏନ୍‌ଏସି ଅଧ୍ୟକ୍ଷ କହିଛନ୍ତି ଯେ, ମଣିଷ ସମାଜ ସୁସ୍ଥ ରହିବାକୁ ହେଲେ ଦୈନିକ ଯୋଗ ଓ ଶିକ୍ଷାର ନିହାତି ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଣବ କୁମାର ଚାନ୍ଦ ଓ ବିଡ଼ିଓ ପଦ୍ମନାଭ ପୁରୋହିତଙ୍କ ସମେତ ସମସ୍ତ କର୍ମଚାରୀ, ମହିଳା ଗୋଷ୍ଠୀ, ଅଙ୍ଗନଓ୍ବାଡି, ଛାତ୍ରୀ ଛାତ୍ର, ଯୁବବର୍ଗ, ମହିଳା, ଯୁବତୀ, ଜନସାଧାରଣ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ ଅଧିକାରୀ ଲେମ୍ବୁ ଶିଖା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share