Categories: ଜାତୀୟ

ଯୋଗ ରାଜନୀତି, ପଞ୍ଜାବରେ ମୋଦିଙ୍କ ଭଳି ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ କରାଇବ ଏଏପି, ସାମିଲ ହେବେ କେଜରିଓ୍ବାଲ

ଚଣ୍ଡିଗଡ଼,୧୦।୬: ଜୁନ ୨୧ରେ ପାଳନ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଏବେ ଏହାକୁ ନେଇ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ହେଲେ ପଞ୍ଜାବର ଭଗଓ୍ବନ୍ତ ମାନ ସରକାର ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ଯୋଗ ଦିବସ ପାଳନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି।ଏଥିପାଇଁ ବଡ ଧରଣର ପ୍ରସ୍ତୁତି ହେଉଛି। ଜୁନ ୨୦ରେ ଜଳନ୍ଧରରେ ପାଳନ ହେବାକୁ ଯାଉଥିବା ଏହି ଯୋଗ ଦିବସରେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କଠାରୁ ଆରମ୍ଭ କରି ସମସ୍ତ କ୍ୟାବିନେଟ ମନ୍ତ୍ରୀ, ବିଧାୟକ ଓ ଏମପି ସାମିଲ ହୋଇପାରନ୍ତି। ଏହି କାର୍ଯ୍ୟକ୍ରମରେ ୧୫ ହଜାର ଲୋକଙ୍କୁ ଯୋଗାଭ୍ୟାସ ଶିଖାଇବାକୁ ପ୍ରସ୍ତୁତି ଚାଲିଛି।

Share