Categories: ଜାତୀୟ

ରାଜସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ଜୟପୁର,୧ ।୭: ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଟେଲର କହ୍ନେୟାଲାଲଙ୍କ ହତ୍ୟା ପରେ ପୋଲିସ-ପ୍ରଶାସନ ଆଲର୍ଟରେ ରହିଛି । ଶୁକ୍ରବାର ସେଠାରେ ଗୋଟିଏ ପଟେ ଜୁମେ ନମାଜ ଓ ଅନ୍ୟପଟେ ଉଦୟପୁରରେ ରଥଯାତ୍ରା ଥିବାରୁ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଇଣ୍ଟନେଟ ସେବାକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ଉଦୟପୁର ସମେତ ରାଜ୍ୟର ଅନ୍ୟ ଜିଲାରେ ବି ପୋଲିସକୁ ଆଲର୍ଟ ରହିବାକୁ କୁହାଯାଇଛି ।

ସୂଚନଯୋଗ୍ୟ, କହ୍ନେୟାଲାଲଙ୍କ ହତ୍ୟା ପରେ ଲୋକେ ବିରୋଧ ପ୍ରଦର୍ଶନ କରିଥିଲେ । ରାଜସ୍ଥାନରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଜଣେ କନଷ୍ଟେବଳ ସନ୍ଦିପ ଚୌଧୁରି ଆହତ ହୋଇଥିଲେ । ଏହାପରେ ଉଦୟପୁରରେ ସ୍ଥିତି ଗମ୍ଭିର ରହିଛି । ଏହାକୁ ଦୃଷ୍ଟିରେ ରଖିବା ସହ ଗୋଟିଏ ପଟେ ଶୁକ୍ରବାରର ନମାଜ ଓ ଅନ୍ୟପଟେ ଉଦୟପୁରର ରଥଯାତ୍ରା ଥିବାରୁ ଆଇନ ଶୃଙ୍ଖଲା ପରିସ୍ଥିତି ଦୃଷ୍ଟିରୁ ରାଜ୍ୟରେ ଇଣ୍ଟରନେଟ ସେବାକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share