ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ: ବଢ଼ିଲା ଅବଧି

ସମ୍ବଲପୁର ୧୫।୪(ବ୍ୟୁରୋ): ସମ୍ବଲପୁରରେ ବନ୍ଦ ଥିବା ଇଣ୍ଟରନେଟ ସେବା ଅବଧିକୁ ପୁଣି ବଢ଼ାଇ ଦିଆଯାଇଛି। ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏ ଇଣ୍ଟରନେଟ ସେବା ବନ୍ଦ ରହିବ। ଇଣ୍ଟରନେଟ ସେବା ବନ୍ଦ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜିଲାରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।
ଗତ ୧୩ ତାରିଖରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା । ପରିସ୍ଥିତି ଧିରେ ଧିରେ ଅଣାୟତ୍ତ ହେଉଥିବାରୁ ପୁଣି ଇଣ୍ଟରନେଟ ସେବା ଅବଧି ବୃଦ୍ଧି କରାଯାଇଛି ।
ଅପରପକ୍ଷରେ ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ହୋଇଛି । ମଧ୍ୟରାତ୍ରି ୧୨ଟାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ ।

Share