Categories: ଜାତୀୟ

ଜାନୁୟାରୀ ୩୧ ପର୍ଯ୍ୟନ୍ତ ରାଜଧାନୀରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ରାଜଧାନୀ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସିଙ୍ଘୁ, ଗାଜିପୁର,ଟିକରି ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ସ୍ଥାନରେ ଇଣ୍ଟରନେଟ୍‌ ସେବାକୁ ଜାନୁୟାରୀ ୩୧ ରାତ୍ର ୧୧ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଶୁକ୍ରବାର ଘଟିଥିବା ବିସ୍ଫୋରଣ ପରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share