Advertisement
Categories: ଜାତୀୟ

ମନି ଲଣ୍ଡରିଂ ମାମଲାରେ ନୀରବଙ୍କ ପତ୍ନୀଙ୍କ ନାଁରେ ରେଡ କର୍ନର ନୋଟିସ୍‌ ଜାରି

ନୂଆଦିଲ୍ଲୀ,୨୫।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ମନି ଲଣ୍ଡରିଂ ମାମଲାରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପରିବାର ଉପରେ ସମସ୍ୟା ବଢ଼ିବାରେ ଲାଗିଛି। ଭାରତରେ ମନି ଲଣ୍ଡରିଂ ମାମଲାରେ ନୀରବ ମୋଦିଙ୍କ ପତ୍ନୀଙ୍କ ବିରୋଧରେ ମଙ୍ଗଳବାର ଇଣ୍ଟରପୋଲ ପକ୍ଷରୁ ରେଡ୍‌ କର୍ନର ନୋଟିସ ଜାରି କରାଯାଇଛି। ଭାରତରେ ତାଙ୍କ ପତ୍ନୀଙ୍କ ବିରୋଧରେ ଦାଖଲ ହୋଇଥିବା ମନି ଲଣ୍ଡରିଂର ବିଭିନ୍ନ ମାମଲାରେ ଏହି ନୋଟିସ ଜାରି କରାଯାଇଛି। ଏହା ପୂର୍ବରୁ ନୀରବ ମୋଦି, ଭାଇ ନେହଲ ଓ ଭଉଣୀ ପୂର୍ବୀଙ୍କ ବିରୋଧରେ ଇଣ୍ଟରପୋଲ ରେଡ୍‌ କର୍ନର ନୋଟିସ ଜାରି କରିସାରିଛି। ପିଏନ୍‌ବି ବ୍ୟାଙ୍କରୁ ୧୪ହଜାର କୋଟି ଟଙ୍କାର ଠକେଇ ଅଭିଯୋଗରେ ନୀରବ ଓ ତାଙ୍କ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୧୯ରେ ଏହି ମାମଲାରେ ଲଣ୍ଡନ ପୋଲିସ ନୀରବଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସେ ଲଣ୍ଡନର ଓ୍ବାଣ୍ଡସ୍‌ଓ୍ବର୍ଥ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୋଧରେ ପ୍ରତ୍ୟର୍ପଣର ଶୁଣାଣି ମଧ୍ୟ ଚାଲିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share