Categories: ଜାତୀୟ

ଆତଙ୍କବାଦୀ କରନବୀରଙ୍କ ନାଁରେ ରେଡ୍‌ କର୍ନର ନୋଟିସ୍‌

ନୂଆଦିଲ୍ଲୀ,୨୬ା୯: ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି।

ପଞ୍ଜାବର ମୂଳ ବାସିନ୍ଦା କରନବୀର ସିଂ ଏବେ ପାକିସ୍ତାନରେ ରହୁଥିବା ଜଣାପଡିଛି। ଆତଙ୍କବାଦୀ ଓ୍ବାଧ୍‌ଓ୍ବା ସିଂ ଏବଂ ହରବିନ୍ଦର ସିଂ ରିଣ୍ଡାଙ୍କ ସେ ଘନିଷ୍ଠ ସହଯୋଗୀ। ଓ୍ବାଧଓ୍ବା ଏବଂ ରିଣ୍ଡା ଭାରତରୁ ପଳାଇ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତରେ କରନବୀରଙ୍କ ନାଁରେ ହତ୍ୟା, ବିସ୍ଫୋରକ ସାମଗ୍ରୀ ରଖିବା, ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ, ଆତଙ୍କବାଦ ଷଡ଼ଯନ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଂଘନ ମାମଲା ରହିଥିବା ଜଣାପଡ଼ିଛି।

Share