ଭୁବନେଶ୍ବର,୧୫।୪(ବ୍ୟୁରୋ): ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ବାଇଁ ଘଟଣାରେ ରମେଶ ଏବଂ ସ୍ତ୍ରୀ କମଳା ସ୍ବାଇଁଙ୍କୁ ଏକାଠି ପୋଲିସ ଶୁକ୍ରବାର ଜେରା କରିବ। ପୋଲିସ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା। ତେବେ ୭ ରେ କମଳାଙ୍କୁ ୫ଦିନିଆ ରିମାଣ୍ଡ ପାଇଁ ଅନୁମତି ମିଳିଥିବା ବେଳେ ରମେଶଙ୍କୁ ଦୁଇଦିନ ପରେ ରିମାଣ୍ଡ ମଞ୍ଜୁର ହୋଇଥିଲା। ହେଲେ ଅସୁସ୍ଥତା କାରଣରୁ ରମେଶଙ୍କୁ ପୋଲିସ ଆଣି ନଥିଲା। ମହିଳା ଥାନା ପୋଲିସ ଉଭୟଙ୍କୁ ଜେରା କରିବ ବୋଲି ଜଣାପଡିଛି।