ଜଳ ସଂରକ୍ଷଣରେ ବାଧା

ବାରିପଦା ଅଫିସ,୭ା୫ ଅପଚୟ ହେଉଥିବା ବର୍ଷାଜଳକୁ ଭୂତଳଗାମୀ କରିବା ପାଇଁ ମୟୂରଭଞ୍ଜ ଜିଲାରେ ବର୍ଷାଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଭୂତଳ ଜଳସ୍ତର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ବାରିପଦା ସହରରେ ୪ଶହରୁ ଊର୍ଦ୍ଧ୍ୱ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ କାର୍ଯ୍ୟାରମ୍ଭ କରାଯାଇଛି। ମାତ୍ର କାର୍ଯ୍ୟର ମାନ ଓ ସ୍ଥାୟୀତ୍ୱକୁ ନେଇ ବିଭାଗୀୟ ଅଧିକାରୀମାନେ ଆଖି ବୁଜି ଦେଇଥିବାରୁ ସରକାରଙ୍କ ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରୁ ନାହିଁ ା ଭୂତଳ ଜଳସ୍ତର ଦିନକୁ ଦିନ କମିବା ଦ୍ୱାରା ଖରାଦିନେ ପାନୀୟ ଜଳର ଘୋର ଅଭାବ ପରିଲ୍ଲଖିତ ହେଉଛି ା ଜନସଂଖ୍ୟା ବୃଦ୍ଧିକୁ ନେଇ ବାରିପଦା ସମେତ ମୟୂରଭଞ୍ଜ ଜିଲାରେ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି ା ଖାଲୁଆ ଅଞ୍ଚଳକୁ ପୋତି ରାସ୍ତା ଓ ଗୃହ ନିର୍ମାଣ କରାଯିବା ଦ୍ୱାରା ବର୍ଷାଜଳ ସଂରକ୍ଷଣରେ ବାଧକ ସାଜିଛି। ସହର ଉପକଣ୍ଠ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀର ଜଳ ରାଶି ଓ ପୋଖରୀ ଗୁଡ଼ିକ ଗ୍ରୀଷ୍ମ ଋତୁରେ ଶୁଖିଯିବାରୁ ଭୂତଳ ଜଳସ୍ତର କମୁଛି। ଏନେଇ ସହରବାସୀଙ୍କ ମଧ୍ୟରେ ଭାଲେଣି ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଦୁଇ ବର୍ଷ ଧରି ସରକାରଙ୍କ ପକ୍ଷରୁ ବାରିପଦା ପୌରପରିଷଦର ୨୮ଟି ୱାଡର୍ର୍ରେ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୪୦୦ଟି ବର୍ଷାଜଳ ଅମଳ ପ୍ରକଳ୍ପ କରାଯିବାର ସିଦ୍ଧାନ୍ତ ଗ୍ରହଣ କରାଯାଇଛି। ପ୍ରତ୍ୟେକ ୱାଡର୍ର୍ରେ କମିଟି ଗଠନ କରାଯାଇ ପ୍ରକଳ୍ପ ସ୍ଥାନ ଚୟନ ପାଇଁ କୁହାଯାଇଥିବା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ବର୍ଷାଜଳ ଜମୁଥିବା ସ୍ଥାନ ଚିହ୍ନଟ କରାଯାଇ ସେଠାରେ ୩୦ହଜାର ଟଙ୍କା ବ୍ୟୟ ଅଟକଳରେ ୫ମିଟର ଲମ୍ବର ଜଳ ନିଷ୍କାସନ ନାଳ ସହିତ ସକ୍‌ପିଟ୍‌ ସ୍ଥାପନ କରାଯାଉଛି। ଅନ୍ୟପକ୍ଷରେ ୩୮ହଜାର ଟଙ୍କା ବ୍ୟୟ ଅଟକଳରେ ୨ଶହ ବା ତଦୁର୍ଦ୍ଧ ବର୍ଗ ମିଟରର ସରକାରୀ ଛାତଘର ଚିହ୍ନଟ କରି ଉକ୍ତ ଘରର ଛାତ ବର୍ଷା ପାଣି ପାଇପ ଯୋଗେ ଭୂଇଁକୁ ଆଣିବା ପରେ ଭୂତଳକୁ ଯିବା ବ୍ୟବସ୍ଥା କରାଯାଉଛି।
ୱାର୍ଡ ମାନଙ୍କରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଉଛି। ମାତ୍ର କେତେଜଣ ଠିକାଦାର ଉକ୍ତ କାର୍ଯ୍ୟକୁ ଅତି ନିମ୍ନମାନର କରି ସରକାରୀ ଅର୍ଥ ହଡ଼ପ କରିବାରେ ଲାଗିଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ପ୍ରକଳ୍ପ ଗୁଡ଼ିକ କମିଟିକୁ ହସ୍ତାନ୍ତର କରିବା ପରେ ଏହାର ନିର୍ମାଣ ଓ ସ୍ଥାୟିତ୍ୱକୁ ନେଇ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନାହାନ୍ତି। ଫଳରେ ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ପ୍ରକଳ୍ପର ଚିହ୍ନବର୍ଣ୍ଣ ରହୁ ନ ଥିବାରୁ ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ। ଗତ ୨୦୨୦-୨୧ଆର୍ଥିକ ବର୍ଷରେ ପୌରପରିଷଦ ପକ୍ଷରୁ ନିର୍ମାଣ ହୋଇଥିବା ୨୮୦ଟି ପ୍ରକଳ୍ପ ନଷ୍ଟ ହେବାକୁ ବସିଛି। ଏ ସଂକ୍ରାନ୍ତରେ ପୌରପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ. ସଚ୍ଚିଦାନନ୍ଦ ଶତପଥୀଙ୍କୁ ପଚାରିବାରୁ କାର୍ଯ୍ୟ ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ତଦାରଖ କରାଯାଉଛି। ମନ୍ଦ ଉଦ୍ଦେଶ୍ୟ ରଖି ପ୍ରକଳ୍ପ ଗୁଡ଼ିକ ନଷ୍ଟ କରାଯାଉଛି ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ପୁଣି ମିଳିଲା ହାତୀର ମୃତ ଦେହ : ଶିମିଳିପାଳରେ…

ବାରିପଦା,୨୦।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର

ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର...

ସବୁ ସାରିଦେଲା ଲଘୁଚାପ ବର୍ଷା, ଜଣଙ୍କ କାନ୍ଥ ଭାଙ୍ଗି ଆଉ ଜଣଙ୍କ ଘରେ…

ମୋରଡ଼ା,୧୫ା୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ଦୁଇଦିନ ହେବ ବର୍ଷା ଲାଗି ରହିଛି। ସେହିପରି ମୋରଡ଼ା ବ୍ଲକରେ ମଧ୍ୟ ବର୍ଷା ଜାରି...

ଗଛରେ ପିଟି ହୋଇଗଲା ବୋଲେରୋ, ଭିତରେ ଥିଲେ ୧୩ଜଣ..

ବାରିପଦା,୧୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶନିବାର ବିଳମ୍ବିତ ରାତିରେ ବାରିପଦା ସହର ଉପକଣ୍ଠ ପୃଥକ ଦୁର୍ଘଟଣାରେ ୪ ଯୁବକଙ୍କ ମୃତ୍ୟୁ ଘଟିଛି । ପାଲବଣି ସ୍ଥିତ ୧୮ନଂ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri