ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରରେ। ଜଣେ ୟୁଜର୍ସ ସୋସିଆଲ ମିଡିଆ ଏକ୍ସରେ ନିଜ ଇଣ୍ଟରଭ୍ୟୁ କଥା ବଖାଣିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଇସୁ ନାମକ ପ୍ରୋଫାଇଲରେ ଏକ ହ୍ବାଟସଅପ ସ୍କ୍ରିନସଟ୍‌ ସେୟାର କରାଯାଇଛି।


ଇସୁ ପୋଷ୍ଟରେ କହିଛନ୍ତି, ଘର ପାଇଁ ତାଙ୍କୁ ଏକ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡିଛି। ଘର ମାଲିକଙ୍କ ତରଫରୁ ଇସୁଙ୍କୁ ଏକ ହ୍ବାଟସଅପ ମେସେଜ ଆସିଥିଲା। ସେଥିରେ ମାଲିକ କହିଛନ୍ତି, ଆଜି ଆପଣଙ୍କୁ ଭେଟି ଖୁସି ଲାଗିଲା। ତେବେ ସାକ୍ଷାତ ସମୟରେ ମୁଁ କହିଥିଲି, ଯେଉଁମାନେ ଏହି ଘରର ମାଲିକାନାକୁ ନିଜର କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ମୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରୁଛି।
ମୁଁ ଠିକ୍‌ କରିସାରିଛି। କିଏ ଏହି ଘରର ସଠିକ୍‌ ଭାବେ ଧ୍ୟାନ ରଖିପାରିବ। ଏଥିପାଇଁ ଗୋଟିଏ ସର୍ଟଲିଷ୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ଆପଣଙ୍କ ନମ୍ବର ପ୍ରଥମରେ ରହିଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମାନିବାକୁ ପଡିବ ବୋଲି ଘରର ମାଲିକ କହିଛନ୍ତି।
ତେବେ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ଇଏ ୟୁପିଏସସି ଇଣ୍ଟରଭ୍ୟୁ ଠାରୁ ମଧ୍ୟ କଠିନ। ଆଉ ଜଣେ ୟୁଜର୍ସ ଇସୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କମେଣ୍ଟରେ ଇସୁ ସେହି ଘରକୁ ରିଜେକ୍ଟ କରିଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri