Posted inଫୁରସତ

ଘର ଭଡା ପାଇଁ ଦେବାକୁ ପଡୁଛି ଇଣ୍ଟରଭ୍ୟୁ, ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୭।୨: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି ଦେଶର ସିଲିକନ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରରେ। ଜଣେ ୟୁଜର୍ସ ସୋସିଆଲ ମିଡିଆ ଏକ୍ସରେ ନିଜ ଇଣ୍ଟରଭ୍ୟୁ କଥା ବଖାଣିଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଇସୁ ନାମକ ପ୍ରୋଫାଇଲରେ ଏକ ହ୍ବାଟସଅପ ସ୍କ୍ରିନସଟ୍‌ ସେୟାର କରାଯାଇଛି। ଇସୁ ପୋଷ୍ଟରେ କହିଛନ୍ତି, ଘର ପାଇଁ ତାଙ୍କୁ ଏକ ଇଣ୍ଟରଭ୍ୟୁର ସାମ୍ନା କରିବାକୁ ପଡିଛି। ଘର ମାଲିକଙ୍କ ତରଫରୁ ଇସୁଙ୍କୁ ଏକ ହ୍ବାଟସଅପ ମେସେଜ ଆସିଥିଲା। ସେଥିରେ ମାଲିକ କହିଛନ୍ତି, ଆଜି ଆପଣଙ୍କୁ ଭେଟି ଖୁସି ଲାଗିଲା। ତେବେ ସାକ୍ଷାତ ସମୟରେ ମୁଁ କହିଥିଲି, ଯେଉଁମାନେ ଏହି ଘରର ମାଲିକାନାକୁ ନିଜର କରିବାକୁ ଚାହୁଁଛନ୍ତି। ସେମାନଙ୍କୁ ମୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରୁଛି।
ମୁଁ ଠିକ୍‌ କରିସାରିଛି। କିଏ ଏହି ଘରର ସଠିକ୍‌ ଭାବେ ଧ୍ୟାନ ରଖିପାରିବ। ଏଥିପାଇଁ ଗୋଟିଏ ସର୍ଟଲିଷ୍ଟ ପ୍ରସ୍ତୁତ କରିଛି। ଯେଉଁଥିରେ ଆପଣଙ୍କ ନମ୍ବର ପ୍ରଥମରେ ରହିଛି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମାନିବାକୁ ପଡିବ ବୋଲି ଘରର ମାଲିକ କହିଛନ୍ତି।
ତେବେ ଏହି ପୋଷ୍ଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ଇଏ ୟୁପିଏସସି ଇଣ୍ଟରଭ୍ୟୁ ଠାରୁ ମଧ୍ୟ କଠିନ। ଆଉ ଜଣେ ୟୁଜର୍ସ ଇସୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କମେଣ୍ଟରେ ଇସୁ ସେହି ଘରକୁ ରିଜେକ୍ଟ କରିଥିବା ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦର ସହର ପାରାଦୀପ

ବର୍ଷତମାମ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି ଓଡ଼ିଶାର ପ୍ରସିଦ୍ଧ ବନ୍ଦର ସହର ପାରାଦୀପ। ଜଗତ୍‌ସି ଜିଲାର ଏହି ସହରର ପ୍ରମୁଖ ଆକର୍ଷଣ ହେଉଛି ପଣ୍ୟବାହୀ ଜାହାଜ, ମହାନଦୀ...

ଭାରତୀୟ ଖାଦ୍ୟ ଅପରିଷ୍କାର କହିଲେ ଅଷ୍ଟ୍ରେଲୀୟ ୟୁଟ୍ୟୁବର

ନୂଆଦିଲ୍ଲୀ,୧୯ା୯: ଅଷ୍ଟ୍ରେଲୀୟ ୟୁଟ୍ୟୁବର ସିଡ୍‌ନୀ ଓ୍ବାଟ୍‌ସନ୍‌ ଭାରତୀୟ ବ୍ୟଞ୍ଜନକୁ ଅପରସ୍କାର ଆଖ୍ୟା ଦେଇ ବିବାଦୀୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ପୋଷ୍ଟ ଝଡ଼ ସୃଷ୍ଟି କରିଛି।...

ଅନୁସରଣୀୟ ବ୍ୟକ୍ତିତ୍ୱ

ପ୍ରାଣକୃଷ୍ଣ ପରିଜା ଜଗତ୍‌ସିଂହପୁର ଜିଲା ଇଚ୍ଛାପୁରରେ ୧ ଏପ୍ରିଲ୍‌ ୧୮୯୧ରେ ଭାରତର ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜା ଜନ୍ମଗ୍ରହଣ କରିଥିଲେ। ଗଛ ଶରୀର କ୍ରିୟାତତ୍ତ୍ୱ...

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri