ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍‌ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର ବୋଲି କୁହାଯାଉଛି। ୩୮ ସେକେଣ୍ଡର ଏହି ଭିଡ଼ିଓରେ ରିପୋର୍ଟର ଗଧକୁ ପଚାରିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ସେ କାହିଁକି ବାହାରେ ବୁଲୁଛନ୍ତି ତାହା ରିପୋର୍ଟର ପ୍ରଶ୍ନ କରିଛନ୍ତି। ତେବେ ଗଧ କୌଣସି ଉତ୍ତର ନ ଦେବାରୁ ରିପୋର୍ଟର ଜଣକ ରାସ୍ତାରେ ବିନା ମାସ୍କ୍‌ରେ ବୁଲୁଥିବା ଲୋକଙ୍କୁ ଭେଟି ଗଧ ଉତ୍ତର ଦେଉ ନ ଥିବା ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ କିଛି ଲୋକ ଗଧ କ’ଣ ଉତ୍ତର ଦେଇ ପାରିବ ଏପରି କହିଛନ୍ତି। ଏହାପରେ ରିପୋର୍ଟର ସେମାନଙ୍କୁ ପଚାରିଛନ୍ତି ଯେ, ଆପଣମାନେ ବିନା ମାସ୍କ୍‌ରେ ଲକ୍‌ଡାଉନ୍‌ ସମୟରେ ବାହାରେ ବୁଲିବାର କାରଣ କ’ଣ। ଏହାର ଉତ୍ତରରେ ଲୋକେ ମଧ୍ୟ ଚୁପ୍‌ ରହିଯାଉଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ଏହି ଭିଡ଼ିଓକୁ ସାଢ଼େ ୩ ଲକ୍ଷରୁ ଅଧିକ ୟୁଜର ଦେଖିସାରିଛନ୍ତି।

Share