ଅନ୍ତରଙ୍ଗ ଭିଡିଓ ଭାଇରାଲ: ଆକାଉଣ୍ଟ ବନ୍ଦକଲେ ଇନ୍‌ଫ୍ଲୁଏନ୍ସର

ଇସ୍‌ଲାମାବାଦ, ୧୪।୧୧: ପାକିସ୍ତାନୀ ଇନ୍‌ଫ୍ଲୁଏନ୍ସର ତଥା ଟିକ୍‌ଟକ୍‌ ଷ୍ଟାର୍‌ ଇମ୍‌ଶା ରେହମାନଙ୍କର ଏକ ଅନ୍ତରଙ୍ଗ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଭାଇରାଲ ହେବାରେ ଲାଗିଛି, ଫଳରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହା ଇମ୍‌ଶାଙ୍କର ଏକ ପବ୍ଲିସିଟି ଷ୍ଟଣ୍ଟ୍‌ ଏବଂ ସେ ଜାଣିଶୁଣି ନିଜ ପ୍ରତି ଅଧିକ ଧ୍ୟାନ ଆକର୍ଷଣ କରି ଫଲୋଅର୍ସ ବଢ଼ାଇବା ପାଇଁ ନିଜ ଅନ୍ତରଙ୍ଗ ଭିଡିଓକୁ ଭାଇରାଲ କରିଛନ୍ତି ବୋଲି ବହୁ ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି। ତେଣୁ ଟିକ୍‌ଟକ୍‌, ଇନ୍‌ଷ୍ଟାଗ୍ରାମ ସମେତ ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ସେ ବୁଧବାର ବନ୍ଦ କରିଦେଇଛନ୍ତି।

Share