ଅସହ୍ୟ ହେଲା ପରକୀୟା ପ୍ରୀତି:ସ୍ବାମୀଙ୍କ ପ୍ରେମିକା ଘର ଆଗରେ ସ୍ତ୍ରୀଙ୍କ ଧାରଣା

ଭୁବନେଶ୍ୱର,୨୬ା୮(ସତ୍ୟଜିତ୍‌ ରାଉତ):ସ୍ତ୍ରୀ ଓ ପରିବାରକୁ ଛାଡ଼ି ସ୍ବାମୀ ପ୍ରେମିକାଙ୍କ ପାଖରେ ରହୁଛନ୍ତି। ପ୍ରେମିକା ଜଣକ ମଧ୍ୟ ଆଗରୁ ବିବାହିତା। ତେବେ ସ୍ବାମୀଙ୍କ ଏହି ପରକୀୟା ପ୍ରୀତିରେ ଅତିଷ୍ଠ ହୋଇପଡିଛନ୍ତି ସ୍ତ୍ରୀ। ଶେଷରେ ସ୍ବାମୀର ପ୍ରେମିକାଙ୍କ ବାପଘର ଆଗରେ ସ୍ତ୍ରୀ ଧାରଣା ଦେଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରିବିହାରରେ ରବିବାର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାମୀଙ୍କୁ ନ ଛାଡିଲେ ଆତ୍ମାହୁତି ଦେବେ ବୋଲି ମହିଳା ଜଣକ ଚେତାବନୀ ଦେଇଥିଲେ। ଧାରଣା ଦେଇଥିବା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ବାମୀ ବ୍ୟବସାୟିକ ସମ୍ପର୍କ କହି ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ସହ ବାରମ୍ବାର ମିଳାମିଶା କରୁଛନ୍ତି। ଏପରିକି ପରିବାର କଥା ମଧ୍ୟ ବୁଝୁନାହାନ୍ତି। ତେବେ ଏହି ଘଟଣା ପରେ ଘର ମାଲିକ ଥାନାକୁ ଖବର ଦେବା ସହ ଧାରଣାରୁ ଉଠିବାକୁ ସମ୍ପୃକ୍ତ ମହିଳାଙ୍କୁ କହିଥିଲେ ମଧ୍ୟ ସେ ବର୍ଷାରେ ଭିଜି ସେଠାରେ ବସି ରହିଥିଲେ। ପୋଲିସ ପହଞ୍ଚତ୍ ବୁଝାଶୁଝା କରିବାରୁ ୪ ଘଣ୍ଟା ପରେ ମହିଳା ଜଣକ ଧାରଣାରୁ ଉଠିଥିଲେ।

Share