ଦିବ୍ୟାଙ୍ଗ ଭାଇଙ୍କୁ ପରିଚୟ ଦେଇଛି ଚିତ୍ରକଳା

କଟକ ଅଫିସ,୯।୮: କଟକ ଯୋବ୍ରା ମଲ୍ଲାସାହି ଅଞ୍ଚଳର ଦୁଇଭାଇ ଶ୍ରୀହର୍ଷ ଶୁକ୍ଲା ଓ ସିଦ୍ଧାର୍ଥ ଶୁକ୍ଲା। ଜନ୍ମରୁ ସେମାନେ କଥା କହିପାରନ୍ତିନି କି ଶୁଣିପାରନ୍ତି ନାହିଁ। ଠାର ମାଧ୍ୟମରେ ସମସ୍ତଙ୍କ ଭାବନା ବୁଝିପାରନ୍ତି। ଏବେ ଏହି ଦୁଇ ଦିବ୍ୟାଙ୍ଗ ଭାଇଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଚିତ୍ରକଳା। ସେମାନେ ପଟ୍ଟଚିତ୍ର, ମର୍ଡନ୍‌ ଆର୍ଟ, କୋଲାର୍ଜ ଆର୍ଟରେ ନିଜର ନିଆରା ପ୍ରତିଭା ଦେଖାଇଛନ୍ତି। ଦେଶବିଦେଶରେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ଜନ୍ମ ହେବାର କିଛି ମାସ ପରେ ଶ୍ରୀହର୍ଷ ଓ ସିଦ୍ଧାର୍ଥ ଦିବ୍ୟାଙ୍ଗ ବୋଲି ମା’ବାପା ଜାଣିବା ପରେ ଅନେକ ସ୍ଥାନରେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ୪ବର୍ଷ ବୟସରୁ ସେମାନଙ୍କର ଚିତ୍ରକଳା ପ୍ରତିଭା ବାରି ହୋଇପଡିଥିଲା। କାଗଜରେ ସୁନ୍ଦର ଚିତ୍ର ଆଙ୍କୁଥିବା ଦେଖି ମାଆ କଲ୍ୟାଣୀ ମହାପାତ୍ର ସେମାନଙ୍କୁ ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ। ଏଥିପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦେଇଥିଲେ। ପଞ୍ଚମ ଶ୍ରେଣୀରେ ପଢିବାବେଳେ ସେମାନେ ଗୁରୁ ଗଣେଶ୍ୱର ବାରିକଙ୍କଠାରୁ ଚିତ୍ର ଶିଖିବା ଆରମ୍ଭ କରିଥିଲେ। ଉଭୟଙ୍କ ଆକର୍ଷଣୀୟ ଚିତ୍ର ଦେଖି ସ୍ଥାନୀୟ ଲୋକଙ୍କ ପ୍ରଶଂସା ସେମାନଙ୍କୁ ଆହୁରି ପ୍ରେରଣା ଦେଇଥିଲା। ଏହାପରେ ଦୁଇଭାଇ ଅନେକ ଥର ଆଞ୍ଚଳିକ ଓ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ୧୯୯୨ ମସିହାରେ ଦିଲ୍ଲୀର ଭେରି ସ୍ପେଶାଲ ଆଟର୍‌ସ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ ଭାଗ ନେଇ ଅନେକ ପ୍ରଶଂସା ସାଉଁଣ୍ଟିଥିଲେ। ସେଠାରେ ଆମେରିକାର ଜଣେ ମହିଳା ଫଟୋଗ୍ରାଫର ସେମାନଙ୍କ ଚିତ୍ରକଳାରେ ପ୍ରଭାବିତ ହୋଇ ଆମେରିକାରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରଦର୍ଶନୀରେ ଅଶଂଗ୍ରହଣ କରିବାକୁ କହିଥିଲେ। ଫଳରେ ଦୁଇଭାଇ ଆମେରିକାର ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀରେ ନିଜ ପ୍ରତିଭା ଦେଖାଇ ବହୁ ପୁରସ୍କାର ହାସଲ କରିଛନ୍ତି। ସେମାନଙ୍କ ଦ୍ୱାରା ପ୍ରସ୍ତୁତ କୋଲାର୍ଜ ଆର୍ଟ ବିଦେଶୀଙ୍କ ମନକୁ ବେଶ୍‌ ଆକୃଷ୍ଟ କରିଥିଲା। ଏଥିସହ ସେମାନେ ମୁମ୍ବାଇ, ରାଜସ୍ଥାନ, ଫ୍ରାନ୍ସ, ନେପାଳ ଭଳି ଅନେକ ସ୍ଥାନ ଭ୍ରମଣ କରି ସେଠାକର ଦୃଶ୍ୟକ ନିଜ କ୍ୟାମେରାରେ କଏଦ କରିଥାନ୍ତି। ପରେ ସେହି ଫଟୋକୁ ନେଇ ଚିତ୍ର ଆଙ୍କିଥାନ୍ତି। ଏପର୍ଯ୍ୟନ୍ତ ଶ୍ରୀହର୍ଷ ଓ ସିଦ୍ଧାର୍ଥ ଦେଶବିଦେଶରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୭୦ରୁ ଊର୍ଦ୍ଧ୍ୱ ଥର ପୁରସ୍କୃତ ହୋଇଛନ୍ତି। ଶ୍ରୀହର୍ଷ ଏବେ କଟକ ରେଲୱେ ସେଟଲମେଣ୍ଟ ହାଇସ୍କୁଲ ଓ ସିଦ୍ଧାର୍ଥ ଯୋବ୍ରା ମ୍ୟୁନିସିପାଲ ହାଇସ୍କୁଲରେ ଆର୍ଟ ଟିଚର ଭାବେ କାର୍ଯ୍ୟ କରୁଛନ୍ତି।
ଶ୍ରୀହର୍ଷ ଓ ସିଦ୍ଧାର୍ଥଙ୍କ କହିବା ଅନୁଯାୟୀ, ଦେଶବିଦେଶରେ ସେମାନଙ୍କ ଚିତ୍ରକଳାର ଚାହିଦା ଅଧିକ ରହିଛି। ସେମାନେ ପ୍ରସ୍ତୁତ କରିଥିବା ଚିତ୍ରଗୁଡିକ ଆମେରିକାରେ ଅଧିକ ମାତ୍ରାରେ ବିକ୍ରି ହୋଇଥାଏ ା ଦିବ୍ୟାଙ୍ଗ ହେବାର ଦୁଃଖକୁ ସେ କେବେ ଅନୁଭବ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରାଟେ କଲର ବେଲ୍ଟ ପରୀକ୍ଷା: ୨୦ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ

ଲାଞ୍ଜିଗଡ଼,୧୩ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ କରାଟେ କଲର ବେଲ୍ଟ ପରୀକ୍ଷା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।...

ସିଦ୍ଧ ବାଙ୍କେଶ୍ବରୀଙ୍କ ଡିମ୍ବୁଳା ଯାତ୍ରା ଆରମ୍ଭ, ଯାତ୍ରା ପୀଠ ଲୋକାରଣ୍ୟ

ଦିଗପହଣ୍ଡି,୧୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ତତ୍କାଳୀନ ବଡଖେମୁଣ୍ଡି ଗଡ଼ ତଥା ଦିଗପହଣ୍ଡି ବ୍ଲକ ବଡଡିମ୍ବୁଳା ଗ୍ରାମରେ କେଉଁ ଆବହମାନ କାଳରୁ...

୧୭ରେ କୃଷକ ମହାପଞ୍ଚାୟତ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ଆସନ୍ତା ୧୭ତାରିଖରେ ବରଗଡ ଜିଲା ସୟାଁ ଖେଳ ପଡ଼ିଆରେ କୃଷକ ମହାପଞ୍ଚାୟତ ହେବ। ଏଥିପାଇଁ ଜିଲାର ସମସ୍ତ ଗାଁ ଗାଁରେ ଜୋରଦାର ପ୍ରସ୍ତୁତି...

ଓଡ଼ିଆ ଅସ୍ମିତା ପାଇଁ ଭାଜପା ୫୦ ବର୍ଷ ଶାସନ କରିବ: ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉଦ୍‌ଯାପିତ ଅବସରରେ ଏମିତି କହିଲେ ବିଧାୟକ

ଭଞ୍ଜନଗର,୧୩।୩(ବାବୁଲା ପ୍ରଧାନ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଭଞ୍ଜନଗର ନିକଟସ୍ଥ କୁଲାଡରେ ଦୁଇ ଦିନ ଧରି ଚାଲିଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ...

ବାଇକରେ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବାବେଳେ ଧରିଲା ପୋଲିସ, ଯାଞ୍ଚବେଳେ ମିଳିଲା…

ଦିଗପହଣ୍ଡି,୧୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଗୁରୁବାର ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ଜିଲା ଦୌରା...

ଗଞ୍ଜେଇ ସହ ଧରାପଡିବା ପରେ ମାରିଥିଲେ ଚମ୍ପଟ, ଗୋଡାଇ ଗୋଡାଇ ଧରିଲା ଅବକାରୀ

ଛତ୍ରପୁର, ୧୩।୩(ସନ୍ତୋଷ ପାଢ଼ୀ ): ଛତ୍ରପୁର ସ୍ଥିତ ଭ୍ରାମ୍ୟମାଣ ଅବକାରୀ ଟିମ ଗୁରୁବାର ଗଞ୍ଜାମ ବ୍ରିଜ ନିକଟରୁ ୮ କିଗ୍ରା ଗଞ୍ଜେଇ ସହ ଜଣଙ୍କୁ ଗିରଫ...

କନ୍ଧମାଳ ମହୋତ୍ସବ, ପଲ୍ଲୀଶ୍ରୀ ମେଳା-୨୦୨୫: ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ଅଞ୍ଚଳବାସୀ, ବ୍ଲକ କର୍ମଚାରୀ

ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ଆସନ୍ତା ୨୧ ଠାରୁ ୨୫ ପର୍ଯ୍ୟନ୍ତ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା -୨୦୨୫ ହେବାକୁ ଯାଉଛି।...

ଜାତୀୟ ମାଷ୍ଟର ଗେମ୍ସ, ବିଦ୍ୟାଧରଙ୍କୁ ମିଳିଲା ସ୍ବର୍ଣ୍ଣ

ବରଗଡ଼,୧୩।୩(ପ୍ରେମାନନ୍ଦ ଖମାରୀ): ସପ୍ତମ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ ଜିଲା ଅତାବିରା ବ୍ଲକ ଅଧୀନ କାଦୋବାହାଲ ଗ୍ରାମର ବିଦ୍ୟାଧର ସାହୁ କ୍ରୀଡ଼ାରେ ରେକର୍ଡ ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri