ପରିଚୟ

ନଦୀଟି ଯେତେବେଳେ ସାଗରର ନିକଟବର୍ତ୍ତୀ ହୋଇଯାଏ, ତା’ର ସେହି ବିସ୍ତୀର୍ଣ୍ଣ, ଉତ୍ତାଳ ନୀଳ ତରଙ୍ଗ ଦେଖି ଭୟଭୀତ ହୋଇଯାଏ। ଏବେ ସେ ସେହି ସୀମାହୀନ ମହାସାଗରରେ ମିଶି ସବୁଦିନ ପାଇଁ ନିଜର ପରିଚୟ ହରାଇଦେବାକୁ ଯାଉଛି। ପୁନର୍ବାର ପଛକୁ ଫେରିଯିବାକୁ ଚାହିଁଲେ ମଧ୍ୟ ଆଉ ଫେରିପାରୁନାହିଁ। ଯେପରି ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ମନୁଷ୍ୟ ସମେତ ପ୍ରତ୍ୟେକ ପ୍ରାଣୀ ପୁନର୍ବାର ଯୌବନ ବା ଶୈଶବ ଅବସ୍ଥାକୁ ଫେରିବାକୁ ଚାହିଁଲେ ମଧ୍ୟ ଫେରିପାରନ୍ତି ନାହିଁ, ଏହା ଠିକ୍‌ ସେହିପରି। ନଦୀଟି ଜାଣେନା ତା’ର ପରିଚୟ ହରାଇବା ଆଶଙ୍କାଟି ସମ୍ପୂର୍ଣ୍ଣ ଅମୂଳକ । କାରଣ ନଦୀର ପରିଚୟ ହରାଇଲେ ମଧ୍ୟ ସେ ଏକ ନୂତନ ପରିଚୟ ପାଇବ। ‘ନଦୀ’ ପରିବର୍ତ୍ତେ ‘ମହାସାଗର’ର ମାନ୍ୟତା ପାଇବ ବା ତା’ ‘ପରିଚିତି’ର ପରିବର୍ତ୍ତନ ଘଟିବ। ହୁଏତ ସେ ମହାସାଗରର ଅଂଶ ହୋଇରହିପାରେ କିମ୍ବା ପୁନର୍ବାର ଜଳୀୟବାଷ୍ପ ଆକାରରେ ଊର୍ଦ୍ଧ୍ୱଗାମୀ ହୋଇ ପର୍ବତ ଶିଖରରେ ବର୍ଷି ଆଉ ଏକ ନଦୀର ପରିଚୟ ପାଇପାରେ। କିନ୍ତୁ କୌଣସି ପରିସ୍ଥିତିରେ ନିଜ ପରିଚୟ ହରାଇବାର ପ୍ରଶ୍ନ ନାହିଁ। ଠିକ୍‌ ସେହିପରି ପ୍ରତ୍ୟେକ ପ୍ରାଣୀଙ୍କର ଜୀବନରୂପୀ ନଦୀର ସ୍ରୋତ ପରମାତ୍ମାରୂପୀ ମହାସାଗରରେ ମିଳିତ ହେବା ପାଇଁ ଧାବମାନ। ତାହା ମୃତ୍ୟୁ ନୁହେଁ,ଅମୃତର ସିନ୍ଧୁ ବା ମହାସାଗର।
ମୃତ୍ୟୁ ହେଉଛି ତା’ର ପ୍ରବେଶପଥ(ମୁହାଣ) ବା ସଂଯୋଗସ୍ଥଳ। ନଦୀଟି ଯେଉଁସ୍ଥଳରେ ସାଗର ସହ ମିଶିଥାଏ, ତାକୁ ‘ମୁହାଣ’ କୁହାଯାଏ। ସେହିପରି ଆତ୍ମା ଯେଉଁ ସ୍ଥଳରେ ପରମାତ୍ମାରୂପୀ ସାଗରରେ ମିଳିତ ହୁଏ, ସେହି ପ୍ରବେଶପଥ ବା ସଂଯୋଗସ୍ଥଳକୁ ‘ମୃତ୍ୟୁ’ କୁହାଯାଏ। ହୁଏତ ସେ ନିଜ ଶରୀରର ପରିଚୟ ହରାଇବ, କିନ୍ତୁ ‘ଆତ୍ମା’ ପରିଚୟ ପରିବର୍ତ୍ତେ ‘ପରମାତ୍ମା’ଙ୍କ ପରିଚୟ ପାଇବ। ପରିଚୟ ହରାଇବାର କୌଣସି ସମ୍ଭାବନା ନାହିଁ। କାରଣ ବିଶୁଦ୍ଧ ଆତ୍ମା ଅବିନାଶୀ, ଅବିକାରୀ,ଈଶ୍ୱରୀୟ ସମୁଦ୍ରର ବିନ୍ଦୁ ଓ ପରମାତ୍ମାଙ୍କ କିରଣ। ସେହି ଚେତନା(ଆତ୍ମା) ନିର୍ବାଣମୁକ୍ତି ଲାଭକରି ମହାଚେତନା (ପରମାତ୍ମା)ଠାରେ ବିଲୀନ ହୋଇପାରେ କିମ୍ବା ନିଜ ‘ପ୍ରାରବ୍ଧ’ ଭୋଗକରିବା ପାଇଁ ପୁନର୍ବାର ପରମାତ୍ମାଙ୍କ ଠାରୁ ବିଚ୍ଛିନ୍ନହୋଇ ଆଉ ଏକ ନୂତନ ଶରୀର ଗ୍ରହଣ କରିପାରେ। ଏ ସମସ୍ତ ତା’ର କର୍ମଫଳ ଉପରେ ନିର୍ଭରକରେ।
‘ନିର୍ବାଣମୁକ୍ତି’ ବିଲୀନଭାବକୁ ହିଁ ବୁଝାଏ, ‘ଲିଭିଯିବା’କୁ ନୁହେଁ। ଯେଉଁ ଆତ୍ମାର କ୍ଷୟ ନାହିଁ, ବିକାଶ ନାହିଁ, ଯେ ଅଜର, ଅମର, ସେ ଲିଭିଯିବ କିମ୍ବା ପରିଚୟ ହରାଇବ ବା କିପରି? କିନ୍ତୁ ଯେଉଁମାନେ ଜଡ଼ବାଦୀ, ଦେହାଭିମାନୀ, ସେମାନଙ୍କ ମତରେ, ମୃତ୍ୟୁରେ ହିଁ ସବୁର ଅନ୍ତ ହୁଏ। ଏହା ସେମାନଙ୍କର ଏକ ଭ୍ରାନ୍ତଧାରଣା। ଯେଉଁ ପ୍ରାଣୀର ଜନ୍ମ ଅଛି, ତା’ର ମୃତ୍ୟୁ ଅଛି। ସେହିପରି ଯାହାର ମୃତ୍ୟୁ ଅଛି, ତା’ର ଜନ୍ମ ନିଶ୍ଚିତ ରୂପେ ଅଛି। ମୃତ୍ୟୁ ଗୋଟିଏ ଦେହର, ଗୋଟିଏ ଜନ୍ମର ଶେଷଯାତ୍ରା ହୋଇପାରେ, ମାତ୍ର ଏ ଶେଷହୀନ ଜୀବନର ଅବିନାଶୀ ଆତ୍ମାର ଶେଷଯାତ୍ରା ହୋଇ ନ ପାରେ। ‘ଆତ୍ମା’ର ଅସ୍ତିତ୍ୱକୁ କେବେ ଅସ୍ବୀକାର କରାଯାଇ ନ ପାରେ।
ଆତ୍ମା ସ୍ଥୂଳଶରୀରରେ ପ୍ରବେଶ କରିବାର ନାମ ‘ଜନ୍ମ’ ଓ ସେହି ଶରୀରରୁ ବିଚ୍ଛିନ୍ନ ହୋଇଯିବାର ନାମ ‘ମୃତ୍ୟୁ’। ଏହି ମୃତ୍ୟୁ ଆଉ କିଛି ନୁହେଁ, ଏହା ‘ମହାନିଦ୍ରା’ର ଅନ୍ୟନାମ। ଜୀବନରେ ଆମର ଚେତନ ଆତ୍ମା ଯେପରି ରହିଥାଏ, ମୃତ୍ୟୁରେ ମଧ୍ୟ ଥାଏ। ମୃତ୍ୟୁ କାହାରି ବ୍ୟକ୍ତିତ୍ୱ ବା ଅନ୍ତର ଚେତନାର ସମାପ୍ତି ଘଟାଏ ନାହିଁ। ବରଂ ଏକ ଉଚ୍ଚସ୍ତରର ଜୀବନ ପାଇଁ ଦ୍ୱାର ଖୋଲିଦିଏ। ତେଣୁ ମୃତ୍ୟୁ ହେଉଛି ମନୁଷ୍ୟ ପାଇଁ ସର୍ବଶ୍ରେଷ୍ଠ ଆଶୀର୍ବାଦ। । ଗୀତା କହେ- ”ମୃତ୍ୟୁ ଏକ ଅବସ୍ଥାନ୍ତର। ମୃତ୍ୟୁ ପରେ ଆମେ ପୁରାତନ ଶରୀର ପରିତ୍ୟାଗକରି ନୂତନ ଶରୀର ଧାରଣକରୁ କିମ୍ବା ସମ୍ପୂର୍ଣ୍ଣ ମୋକ୍ଷ ଲାଭକରି ପରମାତ୍ମାଙ୍କ ସହ ମିଶିଯାଉ।“ ଭଗବାନ୍‌ ପୁନର୍ବାର ଅର୍ଜୁନଙ୍କୁ କହୁଛନ୍ତି -” ଅତୀତରେ କୌଣସି ସମୟରେ ମୁଁ, ତୁମେ ବା ଏହି ରାଜାମାନେ ଯେ କେହି ନ ଥିଲେ, ପ୍ରକୃତରେ ସେପରି ନୁହେଁ। ପୁଣି ଏହା ପରେ ଯେ ଆମେ ନ ରହିବା ସେପରି ମଧ୍ୟ ଆଦୌ ନୁହେଁ।“ ଆତ୍ମା ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ, ତ୍ରିକାଳରେ ସ୍ଥାୟୀହୋଇ ରହିଛି। ଦେହର ମୃତ୍ୟୁ ପରେ ମଧ୍ୟ ଆତ୍ମା ରହିଥିବ। ମୃତ୍ୟୁ ପରେ ମଧ୍ୟ ଜୀବନ ଅଛି। ‘ଆତ୍ମା’ କୌଣସି କାଳରେ ଜନ୍ମହୁଏ ନାହିଁ କି ମରେନାହିଁ। ଜୀବାତ୍ମା ଅମୃତର ସନ୍ତାନ। ତା’ର ମୃତ୍ୟୁ ନାହିଁ। ସେ ଦେହରେ ‘ମର’, ମାତ୍ର ଆତ୍ମାରେ ‘ଅମର’। ଯେତେବେଳେ ‘ମୁଁ ତ୍ୱ’ ର ସମ୍ପୂର୍ଣ୍ଣ ବିନାଶ ଘଟେ, ସେତେବେଳେ ଆତ୍ମା ସ୍ବତଃ ବିଭାସିତ ହୋଇଉଠେ। ସେହି ସ୍ଥିତିକୁ ହିଁ ‘ସମ୍ପୂର୍ଣ୍ଣ ଶାନ୍ତି’ ଓ ‘ନୀରବତା’ କୁହାଯାଏ। ଆଉ ସେହି ଶାନ୍ତି ଓ ନୀରବତା, ଯାହା ପ୍ରକୃତରେ ରହିଥାଏ, ତା’ ଜରିଆରେ ହିଁ ଜୀବନର ସବୁଠୁ ବଳି ରହସ୍ୟମୟ ‘ସତ୍ତା’ର ଭେଟ ମିଳିଥାଏ।

  • ନିମାଇଁ ଚରଣ ଲେଙ୍କା
    ମୋ-୯୨୩୮୬୧୫୪୭୮

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri