Categories: Uncategorized

ଅରୁଣାଞ୍ଚଳରେ ୧୫ଟି ସ୍ଥାନର ନାମ ବଦଳି ଦେଲା ଚାଇନା

ନୂଆଦିଲ୍ଲୀ,୩୦।୧୨: ଉତ୍ତରପୂର୍ବ ରାଜ୍ୟ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛି ଚାଇନା। ପଡ଼ୋଶୀ ଦେଶର ଏଭଳି ପଦକ୍ଷେପକୁ କଡ଼ା ଶବ୍ଦରେ ସମାଲୋଚନା କରିଛି ନୂଆଦିଲ୍ଲୀ। ଏଭଳି କାର୍ଯ୍ୟ ଦ୍ୱାରା ଅଞ୍ଚଳର ଷ୍ଟାଟସ ବଦଳି ଯିବ ନାହିଁ। ଏହା ଭାରତର ଏକ ଅବିଚ୍ଛିନ ଅଙ୍ଗ। ଆଉ ଏହାକୁ କେହି ବଦଳି ପାରିବେ ନାହିଁ ବୋଲି କୁହାଯାଇଛି।

ଚାଇନିଜ ଭାଷାରେ ଅରୁଣାଞ୍ଚଳ ପ୍ରଦେଶର ୧୫ଟି ସ୍ଥାନର ନାମକୁ ବଦଳାଇ ଚାଇନାର ମ୍ୟାପ୍‌ରେ ଦର୍ଶାଇଥିଲା ନାଗରିକ ବ୍ୟାପାର ମନ୍ତ୍ରଣାଳୟ। ୧୫ଟି ମଧ୍ୟରୁ ୮ଟି ସ୍ଥାନରେ ଲୋକେ ବସବାସ କରୁଥିବା ବେଳେ ୪ଟି ପାହାଡିଆ ଅଞ୍ଚଳ ଓ ଦୁଇଟି ନଦୀ ରହିଛି।

ବର୍ହିପ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି, ଆମେ ଏଭଳି ରିପୋର୍ଟ ଦେଖିଛୁ। ଚାଇନା ପାଇଁ ଅରୁଣାଞ୍ଚଳ ପ୍ରଦେଶର ସ୍ଥାନର ନାମ ବଦଳାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ୨୦୧୭ ଅପ୍ରିଲରେ ମଧ୍ୟ ଚାଇନା ଏଭଳି ପ୍ରୟାସ କରିଥିଲା। ଅରୁଣାଞ୍ଚଳ ପ୍ରଦେଶ ଭାରତର ଏକ ଅବିଚ୍ଛିନ ଅଙ୍ଗ। ଚାଇନାର ନାମ ବଦଳାଇବା ଉଦ୍ୟମ ଏହାକୁ କଦାପି ବଦଳି ପାରିବ ନାହିଁ।