ନୂଆଦିଲ୍ଲୀ, ୭ା୪: ଜି’ ଏଣ୍ଟର୍ଟେନ୍ମେଣ୍ଟ ଏଣ୍ଟରପ୍ରାଇଜେସ୍ର ବଡ଼ ଅଂଶଧାରକ ଇନ୍ଭେସ୍କୋ ଡେଭେଲପ୍ମେଣ୍ଟ ମାର୍କେଟ୍ସ ଗୁରୁବାର ଦିନ ବ୍ଲକ୍ ଡିଲ୍ ଜରିଆରେ ଜି’କୁ ୭.୮% ଅର୍ଥାତ୍ ୨,୨୦୦ କୋଟିର ଅଂଶଧନ ବିକ୍ରି କରିବ। ପୂର୍ବରୁ ଜି’ରେ ଇନ୍ଭେସ୍କୋର ୧୮.୮% ଅଂଶଧନ ରହିଛି। ଏଥିସହିତ ଏହା ଜି’ ଏବଂ ସୋନି ଇଣ୍ଟରଟେନ୍ମେଣ୍ଟ ମିଶ୍ରଣକୁ ମଧ୍ୟ ସମର୍ଥନ କରୁଛି। ସୂଚନାଯୋଗ୍ୟ, ୨୦୨୧ ସେପ୍ଟେମ୍ବରରେ ଇନ୍ଭେସ୍କୋ କର୍ପୋରେସନ ଶାସନ ବ୍ୟବସ୍ଥାରେ ତୃଟି ଦର୍ଶାଇ ଜି’ ବୋର୍ଡରେ ପରିବର୍ତ୍ତନ ଆଣିବାକୁ ନୋଟିସ୍ ପଠାଇଥିଲା। ପରେ ଜି’ ଏନେଇ କୋର୍ଟକୁ ଯିବା ପରେ ଉଭୟ ପକ୍ଷ କୋର୍ଟରେ ମକଦ୍ଦମା ଦାୟର କରିଥିଲେ। ପରେ ଡିସେମ୍ବରର, ଜି’ ନିଜ ପ୍ରତିଦ୍ୱନ୍ଦ୍ୱୀ ସୋନି ଏଣ୍ଟରଟେନ୍ମେଣ୍ଟ ସହିତ ମିଶ୍ରଣ ଘୋଷଣା କରିବା ପରେ ଇନ୍ଭେସ୍କୋ ଏହାକୁ ସମର୍ଥନ କରିଥିଲେ ମଧ୍ୟ କୋର୍ଟରେ ଏହି ମାମଲା ବିଚାରଧିନ ଥିଲା।