Categories: ଜାତୀୟ

ଏମ୍ସରେ ସାଇବର ଆଟାକ୍‌: ୧୨ ଘଣ୍ଟା ବନ୍ଦ ରହିଥିଲା ସର୍ଭର

ନୂଆଦିଲ୍ଲୀ,୨୪।୧୧: ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ସାଇବର ଆଟାକ୍‌ ହୋଇଥିବା ଜଣାପଡ଼ିଛି। ଏହି ମାମଲାରେ ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ବୁଧବାର ପୂର୍ବାହ୍ନ ୧୧ରୁ ୧୨ ଘଣ୍ଟା ଧରି ସର୍ଭର ଡାଉନ୍‌ ରହିଥିଲା। ଫଳରେ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କିତ କାର୍ଯ୍ୟ କରିବାରେ ବାଧା ଉପୁଜିଥିଲା।
ଏହାପରେ ଏମ୍ସର ସିକ୍ୟୁରିଟି ଅଫିସର ପୋଲିସରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସର୍ଭର ଡାଉନ ହେବାରୁ ଏହା ସାଇବର ଆଟାକ୍‌ ବୋଲି ଆଶଙ୍କା କରାଯାଉଛି। ଏନେଇ ଦିଲ୍ଲୀ ଡିସିପି ଆଇଏଫ୍‌ଏସ୍‌ଓ ସୂଚନା ଦେଇଛନ୍ତି।

Share