Categories: ଜାତୀୟ

ସ୍ତ୍ରୀଙ୍କୁ ହତ୍ୟା ପରେ ଏସିପିଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ

ପୁଣେ,୪।୭: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୫୭ ବର୍ଷୀୟ ସହକାରୀ ପୋଲିସ କମିଶନର(ଏସିପି) ତାଙ୍କ ସ୍ତ୍ରୀ ଏବଂ ପୁତୁରାଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ହେଲେ ଘଟଣାର ପ୍ରକୃତ କାରଣ ଜଣାପଡ଼ି ନ ଥିବା ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଚତୁରଶୃଙ୍ଗୀ ଥାନା ଅଧିକାରୀ କହିଛନ୍ତି।

ପୋଲିସ ସୂଚନା ମୁତାବକ, ଏସିପି ଭରତ ଗାଏକୋଓ୍ବାଡ୍‌ ଅମରାବତୀରେ ନିଯୁକ୍ତ ଥିବା ବେଳେ ପୁଣେ ସ୍ଥିତ ଘରକୁ ଆସିଥିଲେ। ହେଲେ ରବିବାର ଭୋର ପ୍ରାୟ ସାଢେ ୩ଟାରେ ଏସିପି ଭରତ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା କରିଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ତାଙ୍କ ପୁଅ ଏବଂ ପୁତୁରା କବାଟ ଖୋଲିଥିଲେ। ସେତିକିବେଳେ ଏସିପି ଭରତ ତାଙ୍କ ପୁତୁରାଙ୍କ ଉପରକୁ ଗୁଳି କରିଥିଲେ। ଗୁଳି ପୁତୁରାଙ୍କ ଛାତିରେ ବାଜିଥିଲା। ପରେ ସେ ନିଜେ ମୁଣ୍ଡରେ ଗୁଳିକରି ଆତ୍ମହତ୍ୟା କଲେ। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ମୃତ ଏସିପିଙ୍କ ସ୍ତ୍ରୀ ହେଉଛନ୍ତି ୪୪ ବର୍ଷୀୟ ମୋନି ଗାଏକୋଓ୍ବାଡ୍‌ ଏବଂ ୩୫ ବର୍ଷୀୟ ପୁତୁରା ଦୀପକ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

 

Share