ଗର୍ଭବତୀ କିରାଣିଙ୍କୁ ନିର୍ଯାତନା ଦେଇ କାର୍ଯ୍ୟରୁ ବିଦାହେଲେ ସିଡିପିଓ

କେନ୍ଦ୍ରାପଡ଼ା,୩୦।୧୦: କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ଏ ନେଇ ମଙ୍ଗଳବାର ତାଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଥିବା ସେ କହିଛନ୍ତି ।ତେବେ ବର୍ତ୍ତମାନ ସିଡିପିଓଙ୍କ ନାଁରେ ଏବେ ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ମଧ୍ୟ ଆସିଛି।

ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଜିଲାପାଳ ଆରମ୍ଭ କରିଛନ୍ତି। ସିଡିପିଓ କିଭଳି ତାଙ୍କୁ ନିର୍ଯାତନା ଦେଲେ ଯାହା ଫଳରେ ତାଙ୍କର ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା, ତାହାର କରୁଣ କାହାଣୀ ପୀଡ଼ିତା ତଥା କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ବର୍ଣ୍ଣନା କରିଛନ୍ତି।
ପୀଡ଼ିତା ତାଙ୍କ ବୟାନରେ ୨୦୨୧ ମସିହାରୁ ଏହି ବିଭାଗରେ ଜଣେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଚାକିରି କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ତେବେ ୩ ମାସ ହେବ ସିଡିପିଓ ସାହୁ ତାଙ୍କୁ ବିଭିନ୍ନ ସମୟରେ ବେଆଇନ କାମ କରିବାକୁ ବାଧ୍ୟକରିବା ସହ ତାଙ୍କ କୋଠରିରେ ଏକ ପ୍ରକାର ନଜରବନ୍ଦୀ ଭାବେ ରହିବାକୁ ବାଧ୍ୟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି। ଯେତେବେଳେ ଦେହ ଅସୁସ୍ଥ ହୁଏ ସିଡିପିଓଙ୍କୁ କହିଲେ ମଧ୍ୟ ଏ ଜାଗାରୁ କେଉଁ ଆଡ଼କୁ ଯାଇପାରିବୁ ନାହିଁ ବୋଲି କୁହନ୍ତି। ତୋତେ ଯାହା କାର୍ଯ୍ୟ ଦିଆଯାଇଛି ସେ କାର୍ଯ୍ୟ କେବଳ ଗୋଟିଏ ଜାଗାରେ ବସି କରିବୁ ବୋଲି ଧମକ ଦେଉଥିଲେ। ତେବେ ଗତ ୨୫ ତାରିଖରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ମୋର ପେଟର ଯନ୍ତ୍ରଣା ବୃଦ୍ଧି ପାଇଥିଲା। ଏ ବିଷୟରେ ସିଡିପିଓଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ମୋ କଥାକୁ ଶୁଣି ନ ଥିଲେ। ପରିସ୍ଥିତି ଏପରି ହୋଇଥିଲା କେବଳ ମୋ ଚେୟାରରେ ବସି ଛଟପଟ ହେଉଥିବା ବେଳେ ସିଡିପିଓ ତାଙ୍କ ରୁମ୍‌ରେ ବସି ରହିଥିଲେ। ତେବେ କାର୍ଯ୍ୟାଳୟ କର୍ମଚାରୀଙ୍କଠାରୁ ଖବର ପାଇ ବାପା ଓ ଜଣେ ସମ୍ପର୍କୀୟ ଘଟଣାସ୍ଥଳକୁ ଆସିଥିଲେ। ବାପା ସିଡିପିଓଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ବାପାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମୋର ଗର୍ଭସ୍ଥ ଶିଶୁ ମୃତ ବୋଲି ଡାକ୍ତର କହିଥିଲେ। ମୋ ପିଲାର ମୃତ୍ୟୁ ପାଇଁ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ବୋଲି ବର୍ଷା କହିଛନ୍ତି। ଏ ସମ୍ପର୍କରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ରବୀନ୍ଦ୍ର ନାୟକଙ୍କଠାରୁ ସେଦିନର ଘଟଣା ସମ୍ପର୍କରେ ଜିଲାପାଳ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା ବାପା ରବୀନ୍ଦ୍ର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri