କମ୍ପ୍ଲେକ୍ସ, ମଲ୍‌ରେ ଚାଲିଛି ଯାଞ୍ଚ

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଦିଲ୍ଲୀରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ା ସୁରକ୍ଷା ପ୍ରମାଣ ପତ୍ର ନ ଥାଇ ଚାଲୁଥିବା ସଂସ୍ଥା, ଯାଞ୍ଚ ବେଳେ ସୁରକ୍ଷା ସରଞ୍ଜାମ କାମ କରୁ ନ ଥିବା ବା ଅନ୍ୟାନ୍ୟ ଅନୀୟମତତା ଦେଖାଦେଲେ ମାଲିକଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କୁହାଯାଇଛି। ମଙ୍ଗଳବାର କେନ୍ଦୁଝର ସହରର ବିଭିନ୍ନ ମଲ୍‌ ଉପରେ ଚଢାଉ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ତେବେ ସେଠାରେ ବ୍ୟାପକ ଅନୀୟମତତା ଓ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଉକ୍ତ ସଂସ୍ଥା ଗୁଡିକ ବିରୋଧରେ ତୁରନ୍ତ କାର୍ଯ୍ୟାନଚଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏନେଇ ଅଧିକାରୀ କେ.ସି ସାମଲ କହିଛନ୍ତି, ଯାଞ୍ଚ କାର୍ଯ୍ୟ ଚାଲିଛି। ଅବ୍ୟବସ୍ଥାକୁ ନ ସୁଧାରନ୍ତି ତେବେ ମାଲିକଙ୍କୁ ନୋଟିସ କରିବା ସହ ଜିଲାପାଳ ଓ ବିଭାଗୀୟ ଡିଜିଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share