Categories: ବାଣିଜ୍ୟ

ନିବେଶକ ନିରୁତ୍ସାହିତ

ନୂଆଦିଲ୍ଲୀ,୨୬।୯: ବିଗତ କିଛି ଦିନ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ନିରୁତ୍ସାହିତ ହୋଇପଡିଛନ୍ତି। କାରଣ ଗତ କିଛି ସପ୍ତାହ ହେବ କ୍ରମାଗତ ଭାବେ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିବାବେଳେ ସୋମବାର ଆଶା ଓ ଆଶଙ୍କା ମଧ୍ୟରେ ବଜାର କାରବାର ଶେଷ ହୋଇଛି। ଫଳରେ ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୪.୫୪ ପଏଣ୍ଟ ବୃଦ୍ଧି ଘଟି ୬୬,୦୨୩.୬୯ ଅଙ୍କରେ କାରବାର ବନ୍ଦ କରିଥିଲା ବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ୦.୩୦ ପଏଣ୍ଟ ହ୍ରାସ ଘଟି ୧୯,୬୭୪.୫୫ ଅଙ୍କରେ କାରବାର ବନ୍ଦ କରିଥିଲା। ଉଲ୍ଲେଖଯୋଗ୍ୟ, ବିଏସଏଇ ସେନସେକ୍ସର କାରବାର ସବୁଜ ରଙ୍ଗରେ ବନ୍ଦ ହୋଇଥିଲା।

Share