Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତି ଲକ୍ଷେ କୋଟି କମିଲା

ନୂଆଦିଲ୍ଳୀ: ଗତ ୨ ଦିନ ଧରି କାରବାର ଉନ୍ନତ ରହିବା ପରେ ଗୁରୁବାର ଦେଶର ପୁଞ୍ଜି ବଜାର ଉପରେ ଚାପ ପଡିଥିବା ଜଣାପଡିଛି। ଫଳରେ ନିବେଶକଙ୍କ ସମ୍ପତ୍ତି ୧ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଏହି ସମୟରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସୂଚକାଙ୍କ ୩୨୩ ପଏଣ୍ଟ ହ୍ରାସ ଘଟି ୩୮, ୯୭୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ୩୦ ଶେୟାର ଭିତ୍ତିକ ବମ୍ବେ ଷ୍ଟକ ଏକ୍ସଚେଞ୍ଜର କାରବାର ଏହି ସମୟରେ ନକରାତ୍ମକ ରହିଥିବା ଦେଖାଯାଇଥିଲା।

Share