Categories: ବାଣିଜ୍ୟ

୨.୨୦ ଲକ୍ଷ କୋଟି ଟଙ୍କା ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ, ୧୧।୯ : ଗୁରୁବାର ଦେଶର ପୁଞ୍ଜି ବଜାର କାରବାର ଉନ୍ନତ ହେବାରୁ ନିବେଶକଙ୍କ ସମ୍ପତ୍ତି ୨.୨୦ ଲକ୍ଷ କୋଟି ଟଙ୍କା ବଢିଛି। ୨ ଦିନ ନିମ୍ନରେ ରହିବା ପରେ ପୁଞ୍ଜି ବଜାର କାରବାର ପୁଣି ଥିରେ ଟ୍ରାକକୁ ଫେରିବାରୁ ଏଭଳି ସ୍ଥିତି ଦେଖାଯାଇଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୬୪୬.୪୦ ପଏଣ୍ଟ(୧.୬୯%) ବଢି ୩୮,୮୪୦.୩୨ ପଏଣ୍ଟରେ ବନ୍ଦ ହୋଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାରବାର ବେଶ ଉନ୍ନତ ରହିଥିବା ନଜରକୁ ଆସିଛି। ବିଶ୍ୱ ବଜାରର ସ୍ଥିତି ଉନ୍ନତ ରହିବା କାରଣରୁ ଏହା ଭାରତୀୟ ବଜାର ଉପରେ ଭଲ ପ୍ରଭାବ ପକାଇଥିବା ଜିଓଜିତ ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର ସୂଚନା ଦେଇଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ମିଡକ୍ୟାପ ଏବଂ ସ୍ମଲ କ୍ୟାପ୍‌ ସୂଚୀ ୧.୨୭% ଉର୍ଦ୍ଧ୍ୱରେ ରହିଥିବା ଜଣାପଡିଛି।

Share