Advertisement

୪ ଦିନରେ ନିବେଶକ ହରାଇଲେ ୧୦ଲକ୍ଷ କୋଟି

ଭୁବନେଶ୍ୱର,୨୦।୧୨:ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛୁ। ଚଳିତ ସପ୍ତାହର ଶେଷ ୪ଟି କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା( ୯,୬୫,୯୩୫.୬୬କୋଟି)ର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ବଜାର ପୁଞ୍ଜି ୪,୪୯,୭୬,୪୦୨.୬୩ କୋଟି ( ୫.୨୯ ଟ୍ରିଲିୟନ ଡଲାର) ରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ସୋମବାରରୁ ଗୁରୁବାର କାର୍ଯ୍ୟଦିବସ ମଧ୍ୟରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାରରେ ପରିବର୍ତ୍ତନ ହେଉଛି। ଏପିରିକି ଏହି ସମୟ ମଧ୍ୟ ମଧ୍ୟରେ ବିଏସ୍‌ଇ ସେନ୍‌ସେକ୍ସର ମୋଟ ୨୯୧୫.୦୭ ପଏଣ୍ଟ ହ୍ରାସ ଘଟିଛି।
ସେହିଭଳି ଚଳିତ ସପ୍ତାହର ଗୁରୁବାର କାର୍ଯ୍ୟଦିବସ ଶେଷ ସୁଦ୍ଧା ୩୦ ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସର କାରବାର ୧.୨୦% ହ୍ରାସ ଘଟି ୭୯,୨୧୮.୦୫ ଅଙ୍କରେ ରହିଥିଲାବେଳେ ନିଫ୍ଟିର କାରବାର ୧.୦୨% ଘଟି ୨୪,୦୦୦ ଅଙ୍କ ତଳେ (୨୩,୯୫୧.୭୦ ଅଙ୍କ) ରହିଛି। ସେହିପରି ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପ ଏବଂ ସ୍ମଲକ୍ୟାପର କାରବାରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏପରିକି ନିଫ୍ଟି ମିଡ୍‌କ୍ୟାପ ୧୬୭ ପଏଣ୍ଟ ହ୍ରାସ ଘଟି ୫୮,୫୫୬.୨୫ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୦.୪୨% ହ୍ରାସ ଘଟି ୯୧୭୮.୪୫ ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ନିଫ୍ଟ ବ୍ୟାଙ୍କର କାରବାର ୧.୦୮% ହ୍ରାସ ଘଟି ୫୧,୫୭୫.୭୦ ଅଙ୍କରେ ରହିଛି। ଏପରିକି ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ଉଭୟ ବିଏସ୍‌ଇ ସେନ୍‌ସେକ୍ସ ଓ ନିଫ୍ଟର ନିବେଶକମାନେ ବଡ଼ ଧରଣର କ୍ଷତି ସହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share