ଦିନକରେ ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୪।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧିଜନିତ ମାନ୍ଦାବସ୍ଥାର ବଡ଼ ଧରଣ ପ୍ରଭାବ ଭାରତୀୟ ପୁଞ୍ଜିବଜାର କାରବାର ଉପରେ ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ଏକ ବୃହତ୍‌ କ୍ଷତି ସହିଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୭୪ ଲକ୍ଷ କୋଟି ଥିଲା। ଗୁରୁବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୯.୭୮ଲକ୍ଷ କୋଟି ହ୍ରାସ ହୋଇ ୪୬୫ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାରର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ବଡ ହ୍ରାସ ଘଟିଛି। ଏପରିକି ୩୦ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୧୮୦୦ ପଏଣ୍ଟ ହ୍ରାସ ଘଟି ୮୨,୪୩୩ ଅଙ୍କାରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟ-୫୦ରେ ମଧ୍ୟ କାରବାର ୨.୧୯% କମି ୨୫,୨୩୧ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସ୍‌ଇ ମିଡ୍‌କ୍ୟାପର କାରବାର ୨.୨୭% ଏବଂ ସ୍ମଲକ୍ୟାପର କାରବାରରେ ୧.୮୪ % ହ୍ରାସ ଘଟିଛି।
ସେହିଭଳି ନିଫ୍ଟି ମିଡ୍‌କ୍ୟାପ କାରବାର ୨.୨୧% କମି ୫୯,୦୨୪.୭୦ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୧.୯୨% ହ୍ରାସ ଘଟି ୯୧୧୦.୦୫ ଅଙ୍କରେ ପହଞ୍ଚତ୍ଛି। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୨.୦୪% କମି ୫୧,୮୪୫.୨୦ ଅଙ୍କରେ କାରବାର ବନ୍ଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୧୪ ଲୋକପ୍ରିୟ ଭାରତୀୟ କମ୍ପାନୀ ସହ ଅଛି ଇସ୍ରାଏଲର ଲିଙ୍କ୍‌, ଯୁଦ୍ଧର ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୪।୧୦: ମଧ୍ୟ ପୂର୍ବରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱ ବଜାରରେ ଆଲୋଡ଼ନ ସୃଷ୍ଟି କରିଛି ଏବଂ ଏହାର ପ୍ରଭାବ ଭାରତୀୟ ଷ୍ଟକ...

ପାତ୍ର ଇଲେଟ୍ରୋନିକ୍ସର ବିଗ୍‌ ଫେଷ୍ଟିଭାଲ ସେଲ୍‌

ଭୁବନେଶ୍ୱର,୪।୧୦: ରାଜ୍ୟର ପ୍ରମୁଖ ରିଟେଲ ଚେନ୍‌ ପାତ୍ର ଇଲେଟ୍ରୋନିକ୍ସର ବହୁ ପ୍ରତୀକ୍ଷିତ ‘ବିଗ୍‌ ଫେଷ୍ଟିଭାଲ ସେଲ୍‌ସ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସେଲ୍‌ ୨୦୨୪...

ୱଣ୍ଡର୍ଲା ଭୁବନେଶ୍ୱରର ପାର୍ବଣ ଉପହାର ଅଫର

ଭୁବନେଶ୍ୱର,୪।୧୦: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ସର୍ବବୃହତ୍‌ ଆମ୍ୟୁଜ୍‌ମେଣ୍ଟ ପାର୍କଚେନ୍‌ ୱଣ୍ଡର୍ଲା ହଲିଡେଜ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ପାର୍ବଣ ଉପହାର ଅଫରର ଶୁଭାରମ୍ଭ ସମ୍ପର୍କରେ...

ଷ୍ଟକ୍ ମାର୍କେଟରେ ହାହାକାର, ୧୮୦୦ ପଏଣ୍ଟ ହ୍ରାସ ପାଇଲା ସେନସେକ୍ସ: ନିବେଶକ ହରାଇଲେ ୧୦.୫୦ ଲକ୍ଷ କୋଟି

ମୁମ୍ବାଇ,୩।୧୦: ମଧ୍ୟପ୍ରାଚ୍ୟର ଭୀଷଣ ଯୁଦ୍ଧ ସ୍ଥିତିର ପ୍ରଭାବ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି। ଫଳରେ ଘରୋଇ ତଥା ବିଦେଶୀ ପୁଞ୍ଜି ନିବେଶକାରୀମାନେ ଅତ୍ୟାଧିଅକ ଶେୟାର...

ଅରୁନ୍ଧତୀକୁ ଟାଇମ୍ସ ଆଇକନ୍‌ ଅଫ୍‌ ଓଡ଼ିଶା ଆଓ୍ବାର୍ଡ

ଭୁବନେଶ୍ୱର,୩।୧୦: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସକୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ଟାଇମ୍ସ ଆଇକନ ଅଫ ଓଡିଶା ଆଓ୍ବାର୍ଡ’ରେ ସମ୍ମାନିତ କରାଯାଇଛି।...

ଗୁଆହାଟୀରେ ପତଞ୍ଜଳିର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର

ନୂଆଦିଲ୍ଲୀ,୩।୧୦: ଦେଶର ଅଗ୍ରଣୀ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଯୋଗପୀଠର ଅତ୍ୟାଧୁନିକ ଓ୍ବେଲ୍‌ନେସ୍‌ ସେଣ୍ଟର ଆସାମର ଗୁଆହାଟୀଠାରେ ଉଦ୍‌ଘାଟିତ ହୋଇଯାଇଛି। ନର୍ଥ ଇଣ୍ଡିଆର ପ୍ରଥମ ଇଣ୍ଟଗ୍ରେଟେଡ୍‌...

୩୦,୦୦୦ରୁ କମ୍‌ ମୂଲ୍ୟରେ ୨ଲକ୍ଷରୁ ଅଧିକ ମୋବାଇଲ ବିକ୍ରି

ନୂଆଦିଲ୍ଲୀ,୩।୧୦: ପାର୍ବଣ ପୂର୍ବରୁ ଇ କର୍ମସ ପ୍ଲାଟ୍‌ଫର୍ମଗୁଡିକ ପକ୍ଷରୁ ଆକର୍ଷଣୀୟ ରିହାତି ସାଙ୍ଗକୁ ସ୍ବତନ୍ତ୍ର ସେଲ୍‌ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ସେଲ୍‌ ଜରିଆରେ ପ୍ରଦାନ...

ରିଲାଏନ୍ସ ଟ୍ରେଣ୍ଡସର ଜବରଦସ୍ତ ଦୁର୍ଗାପୂଜା ଅଫର୍‌

ମୁମ୍ବାଇ,୨ା୧୦:ଚଳିତ ବର୍ଷର ପାର୍ବଣ ଋତୁରେ ଗ୍ରାହକଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିବା ସହ ଭାରତର ସର୍ବବୃହତ୍‌ ଓ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri