Categories: ବାଣିଜ୍ୟ

ଦିନକରେ ନିବେଶକ ହରାଇଲେ ୧୫ଲକ୍ଷ କୋଟି

ମୁମ୍ବାଇ,୬ା୮:ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ଏବଂ ଦରବୃଦ୍ଧି ଯୋଗୁ ଭାରତୀୟ ଷ୍ଟକ୍‌ ମାକେର୍ଟରେ ସୋମବାର ଏକ ବଡ଼ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ଶେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ ୧୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ପରିମାଣ ପ୍ରାୟ ୪୪୨.୦(୪,୪୧,୮୪,୧୫୦.୦୩) କୋଟି ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜି ବଜାରର ପରିମାଣ ବା ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୫୭.୦ ଲକ୍ଷ କୋଟି ଥିଲା। ଏପରିକି ସୋମବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୧୫,୩୨,୭୯୬.୧ କୋଟି ହ୍ରାସ ପାଇ ପ୍ରାୟ ୪୪୨.୦ଲକ୍ଷ କୋଟିରେ ରହିଛି।
ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସଇ ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ଏନଏସଇ ନିଫ୍ଟିରେ କାରବାର ମାନ୍ଦା ସହିତ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ୟୁଏସ ଫେଡେରାଲ ପ୍ରଭାବରେ ଘରୋଇ ଶେୟାର ବଜାର ଏକ ବଡଧରଣର କ୍ଷତିର ସମ୍ମୁଖୀନ ହୋଇଛି। କାରଣ କ୍ରମାଗତ ୨ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିବା ସହିତ ନିବେଶକଙ୍କୁ ବଜାର ନିରାଶ କରିଛି।
ଅପରପକ୍ଷରେ ବିଏସଇ ସେନ୍‌ସେକ୍ସର ମିଡକ୍ୟାପ ୩.୬୦% ଏବଂ ସ୍ମଲ କ୍ୟାପ ମଧ୍ୟ ୪.୨୧%ର କାରବାର ହ୍ରାସ ହୋଇଛି। ଫଳରେ ବିଏସଇ ୩୦ ବିଶିଷ୍ଟ ସେନ୍‌ସେକ୍ସର ପ୍ରମୁଖ ନିବେଶକମାନେ ବଡଧରଣର କ୍ଷତି ସହିଥିଲାବେଳେ ନିଫ୍ଟି ମିଡକ୍ୟାପରେ ମଧ୍ୟ ବୃହତ ହ୍ରାସ ଘଟିଛି।
ଏପରିକି ନିଫ୍ଟି ମିଡକ୍ୟାପରେ ୨୦୫୬.୪୦ ପଏଣ୍ଟ କମି ୫୫,୮୫୭.୨୫ ଅଙ୍କ ଏବଂ ନିଫ୍ଟି ସ୍ମଲକ୍ୟାପରେ ୩୮୩.୪୫ ପଏଣ୍ଟ ହ୍ରାସ ଘଟି ୮୩୯୧.୫୦ ପଏଣ୍ଟରେ କାରବାର ଶେଷ କରିଛି। ସେହିଭଳି ନିଫ୍ଟି ବ୍ୟାଙ୍କ (ନିଫ୍ଟି ବ୍ୟାଙ୍କିଙ୍ଗ)ରେ ୧୨୫୮.୦୫ ପଏଣ୍ଟ ହ୍ରାସ ଘଟି ୫୧,୦୯୨.୧୦ ଅଙ୍କରେ ରହିଛି।
ସେହିପରି ସେକ୍ଟୋରାଲ କ୍ଷେତ୍ରରେ ଟାଟା ମୋଟର୍ସ ସର୍ବାଧିକ ୭.୯୦% କ୍ଷତି ସହିଥିଲାବେଳେ ହିନ୍ଦୁସ୍ଥାନ ୟୁନି ଲିଭର ୧.୦୨% ଶେୟାର ବଢାଇବାରେ ହୋଇଛି। ଏପରିକି ଘରୋଇ ବ୍ୟାଙ୍କ, ମେଟାଲ, ଅଟୋ, ଏଫଏମ୍‌ସିଜି, ଉତ୍ପାଦ ୟୁନିଟ ଓ ଫାର୍ମା ନିବେଶକମାନେ ବଡ ଧରଣର କ୍ଷତି ସହିଛନ୍ତି।

Share