Categories: ବାଣିଜ୍ୟ

ଦିନକରେ ନିବେଶକ ହରାଇଲେ ୩.୫ ଲକ୍ଷ କୋଟି

ମୁମ୍ବାଇ,୧।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାରର କାରବାର ଉପରେ ବଡଧରଣର ପଡିଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ଏକ ବୃହତ କ୍ଷତି ସହିଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ୩.୫ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୭୭.୯ ଲକ୍ଷ କୋଟି ଥିଲା। ସୋମବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୩.୫ ଲକ୍ଷ କୋଟି ହ୍ରାସ ହୋଇ ୪୭୪.୪ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଘରୋଇ ଶେୟାର ବଜାରର ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର କାରବାର ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସରେ ବଡ ହ୍ରାସ ଘଟିଛି। ଏପରିକି ୩୦ ଶେୟାର ବିଶିଷ୍ଟ ବିଏସଇ ସେନସେକ୍ସ ପ୍ରାୟ ୧୩୦୦ ( ୧୨୭୨.୦୭) ପଏଣ୍ଟ ହ୍ରାସ ଘଟି ୮୪, ୨୯୯,୭୮ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ନିଫ୍ଟ-୫୦ରେ ମଧ୍ୟ କାରବାର ୧.୪୧% କମି ୨୫,୮୧୧ (୨୫,୮୧୦.୮୫) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଅପରପକ୍ଷରେ ବିଏସଇ ମିଡକ୍ୟାପର କାରବାର ୦.୮୧% କମି ୪୯,୦୮୬.୭୮ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପର କାରବାର ୦.୭୫% ହ୍ରାସ ଘଟି ୫୬,୬୬୨.୪୬ ଅଙ୍କରେ ରହିଛି। ସେହିଭଳି ନିଫ୍ଟି ମିଡକ୍ୟାପ କାରବାର ୦.୩୮% କମି ୬୦,୧୫୩.୮୦ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପ ୦.୨୬% ହ୍ରାସ ଘଟି ୯୨୦୬.୮୫ ଅଙ୍କରେ ପହଞ୍ଚତ୍ଛି। ସେହିପରି ନିଫ୍ଟି ବ୍ୟାଙ୍କର କାରବାର ୧.୫୯% କମି ୫୨,୯୭୮.୧୦ ଅଙ୍କରେ କାରବାର ବନ୍ଦ ହୋଇଥିଲା।

ଶେୟାର ବଜାର କାରବାରରେ ହ୍ରାସ

କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ର ସେନସେକ୍ସ ୧୨୭୨ (୧୨୭୨.୦୭) ପଏଣ୍ଟ କମି ୮୪,୩୦୦(୮୪,୨୯୯.୭୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ରେ ମଧ୍ୟ ୩୬୮ (୩୬୮.୧୦) ପଏଣ୍ଟ ହ୍ରାସ ଘଟି ୨୫,୮୧୧ (୨୫,୮୧୦.୮୫) ଅଙ୍କରେ କାରବାର ଶେଷ ହୋଇଥିଲା। ଅପରପକ୍ଷରେ ବିଏସଇ ସେନସେକ୍ସର ମିଡକ୍ୟାପ୍‌ ଓ ସ୍ମଲକ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହିତ ଏନଏସଇ ନିଫ୍ଟି ମିଡକ୍ୟାପ,ସ୍ମଲକ୍ୟାପ ଏବଂ ବ୍ୟାଙ୍କ ଶେୟାରଗୁଡିକର କାରବାରରେ ପରିବର୍ତ୍ତନ ହୋଇଛି।

Share