ଶେଷ ଦିନରେ ନିବେଶକ ହରାଇଲେ ୫ଲକ୍ଷ କୋଟି

ନୂଆଦିଲ୍ଲୀ,୩।୮: ଘରୋଇ ଶେୟାର ବଜାର କାରବାରର ଶେଷ ଦିନରେ ନିବେଶକ ୫ ଲକ୍ଷ କୋଟିରୁ ଅଧିକ ପରିମାଣର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜିବଜାରରେ କ୍ଷତି ପରିମାଣ ୪୫୬.୨୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଏହା ପୂର୍ବରୁ ପୁଞ୍ଜିବଜାରର ପରିମାଣ ବା ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୬୧.୬୨ ଲକ୍ଷ କୋଟି ଥିଲା। ଏପରିକି ଶୁକ୍ରବାରର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୫.୪୨ ଲକ୍ଷ କୋଟି ହ୍ରାସ ପାଇ ୪୫୬.୨୦ ଲକ୍ଷ କୋଟିରେ ରହିଛି। ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ନିଫ୍ଟିରେ କାରବାର ମାନ୍ଦା ସହ ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ୟୁଏସ୍‌ ଫେଡେରାଲର ପ୍ରଭାବରେ ଘରୋଇ ଶେୟାର ବଜାର ଏକ ବଡ ଧରଣର କ୍ଷତିରେ ସମ୍ମୁଖୀନ ହୋଇଛି। କାରଣ କ୍ରମାଗତ ୫ ଦିନ ଏବଂ ଚଳିତ ସପ୍ତାହର ଲଗାତର ୪ର୍ଥ କାର୍ଯ୍ୟ ଦିବସର ଫଳାଫଳା ବେଶ୍‌ ଉତ୍ସାହଜନକ ରହିଥିଲାବେଳେ ଶେୟାର ବଜାର କାରବାରର ଶେଷ ଦିନ ନିବେଶକଙ୍କୁ ନିରାଶ କରିଛି। ଅପରପକ୍ଷରେ ବିଏସ୍‌ଇ ସେନ୍‌ସେକ୍ସ ୧.୦୮% ଏବଂ ଏନ୍‌ଏସ୍‌ଇ ନିଫ୍ଟି ୧.୧୭%ର କାରବାର ହ୍ରାସ ପାଇଥିବାବେଳେ ବିଏସ୍‌ଇ ୩୦ ବିଶିଷ୍ଟ ସେନ୍‌ସେକ୍ସ ପ୍ରାୟ ୯୦୦ ( ୮୮୫.୬୦) ପଏଣ୍ଟ କମି ୮୧,୦୦୦ ( ୮୦,୯୮୧.୯୫ ଅଙ୍କ) ଅଙ୍କରେ ରହିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟି-୫୦ର କାରବାର ପ୍ରାୟ ୩୦୦ (୨୯୩.୨୦ ଅଙ୍କ) ହ୍ରାସ ପାଇ ୨୫,୦୦୦ (୨୪,୭୧୭.୭୦ ଅଙ୍କ) ଅଙ୍କର ନିକଟବର୍ତ୍ତୀ ହୋଇଛି। ସେହିଭଳି ମାରୁତି ସୁଜିକି, ଟାଟା ମୋଟର୍ସ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ଏଲ୍‌ ଆଣ୍ଡ ଟି, ଟାଟା ଷ୍ଟିଲ୍‌, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟିସିଏସ୍‌, ଏଚ୍‌ସିଏଲ୍‌ ଏବଂ ଇନ୍‌ଫୋସିସ୍‌ ଭଳି ପ୍ରମୁଖ ନିବେଶକ କ୍ଷତି ସହିଥିଲା ବେଳେ ଘରୋଇ ବ୍ୟାଙ୍କ, ଧାତୁ ଶିଳ୍ପ ଏବଂ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡିକ କିଛି ମାତ୍ରାରେ ଲାଭବାନ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri