Categories: ବାଣିଜ୍ୟ

ଦିନକରେ ନିବେଶକ ହରାଇଲେ ୮.୫ଲକ୍ଷ କୋଟି

ନୂଆଦିଲ୍ଲୀ,୨୪।୧: ଗତ କିଛି ସପ୍ତାହ ହେବ ଘରୋଇ ପୁଞ୍ଜିବଜାରର କାରବାର ନିବେଶକଙ୍କୁ ନିରାଶ କରୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି। ଏପରିକି ଚଳିତ ସପ୍ତାହର ପ୍ରଥମ ଦିନର ବଜାର କାରବାରରେ ଏକ ବଡ ଧରଣର ହ୍ରାସ ଘଟିଛି। ଫଳରେ ନିବେଶକ ଦିନକ ମଧ୍ୟରେ ପ୍ରାୟ ୮.୫ ଲକ୍ଷ କୋଟିର ନିବେଶ ହରାଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହର ଶେଷ କାର୍ଯ୍ୟ ଦିବସ ସୁଦ୍ଧା ପୁଞ୍ଜିବଜାରରେ ସଞ୍ଚୟ ପୁଞ୍ଜି ରାଶିରୁ ୮,୫୦, ୮୨୦.୮୧ ଲକ୍ଷ କୋଟି ହ୍ରାସ ହୋଇ ୩,୬୫,୯୭,୯୧୫.୯୭ ଲକ୍ଷ କୋଟିରେ ରହିଛି। ସେହିଭଳି ମଙ୍ଗଳବାର ଶେୟାର ବଜାର କାରବାରରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୧୦୫୩ .୧୦ ପଏଣ୍ଟ ବା ୧.୪୭% ହ୍ରାସ ଘଟିଥିଲାବେଳେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫି୍ଟ-୫୦ରେ ୩୩୩.୦୦ ପଏଣ୍ଟ ବା ୧.୫୪% ଖସିଛି।
ଅପରପକ୍ଷରେ ନିଫ୍ଟ ମିଡ୍‌କ୍ୟାପ୍‌ ୧୪୯୩.୨୦ ପଏଣ୍ଟ ହ୍ରାସ ଘଟି ୪୬,୫୬୯.୬୦ ଅଙ୍କରେ ରହିଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୨୧୫.୨୫ ପଏଣ୍ଟ ଖସି ୭୦୩୪.୧୦ ଅଙ୍କରେ ରହିଛି।
ଏପରିକି ନିଫ୍ଟି ବ୍ୟାଙ୍କ ୧୦୪୩.୧୫ ପଏଣ୍ଟ ହ୍ରାସ ହୋଇ ୪୫,୦୧୫.୦୫ ଅଙ୍କରେ ପହଞ୍ଚତ୍ଛି। ସେହିପରି କ୍ରମାଗତ ଭାବେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନିବେଶ ହ୍ରାସ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଭଳି ନିବେଶକ ସଂସ୍ଥାର ନିବେଶ ବଡ ଧରଣରେ ହ୍ରାସ ଘଟିବାରୁ ବଜାରରେ ଏକ ପ୍ରକାର ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲାବେଳେ ବିଏସ୍‌ଇ ଓ ଏନ୍‌ଏସ୍‌ଇ ପଞ୍ଜୀକୃତ ନିବେଶକ କମ୍ପାନୀଗୁଡିକର ବଡ ଧରଣ ହ୍ରାସ ହୋଇଥିବାବେଳେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ଏସ୍‌ବିଆଇ, ଏଚ୍‌ୟୁଏଲ୍‌, ଏଚ୍‌ଡିଏଫ୍‌ସି ଏବଂ ବଜାଜ ଫାଇନାନ୍ସ ଭଳି ନିବେଶକ ବଡ ଧରଣର କ୍ଷତି ସହିଛନ୍ତି।

Share