Advertisement

ନିବେଶକ ହରାଇଲେ ୯ ଲକ୍ଷ କୋଟି

ମୁମ୍ବାଇ,୭।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍‌ଏମ୍‌ପିଭିର ପ୍ରାଥମିକ ପ୍ରଭାବ ଯୋଗୁ ଭାରତୀୟ ପୁଞ୍ଜି ବଜାର ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କାର ନିବେଶ ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ ଶେଷ ସୁଦ୍ଧା ହରାଇଛନ୍ତି।
ଉଲ୍ଲେଖଯୋଗ୍ୟ, ସୋମବାର ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକ ପ୍ରାୟ ୯ ଲକ୍ଷ କୋଟି (୮,୮୮, ୨୬୩.୯୧ କୋଟି)ର ନିବେଶ ହରାଇ ୪୪,୨୪୫,୫୮୪.୯୬ କୋଟିରେ ପହଞ୍ଚତ୍ଛି। ଏପରିକି ପୂର୍ବ କାର୍ଯ୍ୟ ଦିବସ ଶେଷ ସୁଦ୍ଧା ବଜାର ପୁଞ୍ଜି ୪୫,୧୩୩,୮୪୮.୮୭ କୋଟିରେ ରହିଥିଲା। ସେହିଭଳି ୩୦ ଶେୟାର ବିଶିଷ୍ଟ ସେନସେକ୍ସ କାରବାର ୧,୫୯% ହ୍ରାସ ଘଟି ୭୭,୯୬୪.୯୯ ଅଙ୍କରେ ରହିଥିଲାବେଳେ ନିଫ୍ଟିର କାରବାର ୧.୬୨% କମି ୨୩,୬୧୬.୦୫ ଅଙ୍କରେ ବନ୍ଦ ହୋଇଥିଲା। ଏପରିକି ବିଏସଇ ମିଡକ୍ୟାପର କାରବାର୨.୪% ଏବଂ ସ୍ମଲକ୍ୟାପର କାରବାର ପ୍ରାୟ ୩% ହ୍ରାସ ହୋଇଥିଲା। ସେହିପରି ନିଫ୍ଟି ମିଡକ୍ୟାପର କାରବାର ୨.୭୦% କମି ୫୬,୩୬୬.୯୫ ଅଙ୍କରେ ରହିଥିଲାବେଳେ ସ୍ମଲକ୍ୟାପର କାରବାର ୩.୦୭% ହ୍ରାସ ଘଟି ୮୭୩୬.୪୦ ଅଙ୍କରେ ବନ୍ଦ ହୋଇଥିଲା। ଏପରିକି ନିଫ୍ଟି ବ୍ୟାଙ୍କ ୨.୦୯% କମି ୪୯,୯୨୨.୦୦ ଅଙ୍କରେ କାରବାର ବନ୍ଦ କରିଥିଲା। ଅପରପକ୍ଷରେ ପିଏସୟୁ ବ୍ୟାଙ୍କ, ମେଟାଲ, ଶକ୍ତି, ରିଅଲିଟି ଭଳି ପ୍ରମୁଖ ନିବେଶକ ବଡ ଧରଣର କ୍ଷତି ସହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share