ନିବେଶକ ହରାଇଲେ ୧୦ ଲକ୍ଷ କୋଟି

ମୁମ୍ବାଇ,୧୩।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜିବଜାର ଏବଂ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ପ୍ରତିଦିନ ବହୁ ଲକ୍ଷ କୋଟି ଟଙ୍କାର ନିବେଶ ହରାଉଛନ୍ତି। ଗୋଟିଏ ପଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ନୀତି ଓ ନିଷ୍ପତ୍ତି ବୈଶ୍ୱିକ ବଜାରରେ ପ୍ରଭାବ ପକାଉଥିବାବେଳେ ବିଦେଶୀ ନିବେଶକମାନେ ଘରୋଇ ପୁଞ୍ଜିବଜାରରୁ ନିବେଶ ପ୍ରତ୍ୟାହର କରିବା ଏବଂ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଷ୍ଟକ୍‌ ବଜାରର କାରବାର ବିଶେଷ ଭାବେ ପ୍ରଭାବିତ ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆଶପ୍ରକଟ କରିଛନ୍ତି।
ସେହିଭଳି ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର କାରବାର କ୍ରମାଗତ ଭାବେ ହ୍ରାସ ଘଟୁଛି। ଫଳରେ ନିବେଶକ ନିରାଶ ଓ ଆଶଙ୍କ ମଧ୍ୟରେ ନିବେଶ କରୁଛନ୍ତି।
ଚଳିତ ସପ୍ତାହର ଦ୍ୱିତୀୟ କାର୍ଯ୍ୟଦିବସର ଫଳାଫଳ ଶେଷ ସୁଦ୍ଧା ପୁଞ୍ଜିବଜାରର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ପୂର୍ବ କାର୍ଯ୍ୟଦିବସର ଫଳାଫଳ ଶେଷ ସୁଦ୍ଧା ବଜାର ପୁଞ୍ଜି ୪୧୮ ଲକ୍ଷ କୋଟି ଥିଲା। ମଙ୍ଗଳବାରର ବଜାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୧୦ (୯.୮୭ ଲକ୍ଷ କୋଟି) ଲକ୍ଷ କୋଟି କମି ୪୦୮ ( ୪୦୭.୯୫ ଲକ୍ଷ କୋଟି ) ଲକ୍ଷ କୋଟିରେ ପହଞ୍ଚତ୍ଛି।
ସେହିପରି ମଙ୍ଗଳବାର ୩୦ ଶେୟାର ବିଶିଷ୍ଠ ବିଏସ୍‌ଇ ସେନ୍‌ସେକ୍ସର କାରବାର ୧.୩୨% ହ୍ରାସ ଘଟି ୭୬,୨୯୩.୬୦ ଅଙ୍କରେ ରହିଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟିର କାରବାର ୧.୩୨% କମି ୨୩,୦୭୧.୮୦ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଏପରିକି ବିଏସ୍‌ଇ ସେନ୍‌ସେକ୍ସର ମିଡକ୍ୟାପରେ ୩.୪୫% ଏବଂ ସ୍ମଲକ୍ୟାପରେ ୩% କାରବାର ହ୍ରାସ ଘଟିଛି। ଅପରପକ୍ଷରେ ନିଫ୍ଟି ମିଡକ୍ୟାପର କାରବାର ୩.୦୨% କମି ୫୦,୮୮୭.୯୫ ଅଙ୍କରେ ଏବଂ ସ୍ମଲକ୍ୟାପରେ ୩.୫୦% ହ୍ରାସ ଘଟି ୭୭୪୬.୨୦ ଅଙ୍କରେ ରହିଛି। ନିଫ୍ଟି ବ୍ୟାଙ୍କର କାରବାରରେ ୫୭୭.୬୦ ପଏଣ୍ଟ ହ୍ରାସ ଘଟି ୪୯,୪୦୩.୪୦ ଅଙ୍କରେ କାରବାର ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ...

ପୁରୀ ନୀଳାଦ୍ରୀ ଭକ୍ତ ନିବାସ ନକଲି ୱେବସାଇଟ୍ ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ସିଆଇଡି ସାଇବର କ୍ରାଇମ୍ ୟୁନିଟ୍ ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିବା...

କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଧର୍ମଗଡ଼, ୨୮ା୪ (ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଚିଲିଚିଲା ଗ୍ରାମର ହେମନ୍ତ ନାଏକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବାବେଳେ ରବିବାର ଏକ କାର୍‌...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image