Categories: ବାଣିଜ୍ୟ

ନିବେଶକଙ୍କ ୨୯ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୧୫।୫: ଗତ ୧ମାସ ହେଲା ଶେୟାର ବଜାରରେ ଲଗାତର କ୍ଷତି ଦେଖିବାକୁ ମିଳିଛି। ବିଶେଷ ଭାବରେ ଚଳିତ ମେ’ ପ୍ରଥମ ସପ୍ତାହରେ ଭାରତର ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ପକ୍ଷରୁ ରେପୋ ରେଟ୍‌ ଏବଂ ସିଆର୍‌ଆର୍‌ ବୃଦ୍ଧି କରାଯିବା ପରେ ଭାରତୀୟ ବଜାରରେ ଲଗାତର ହ୍ରାସ ଦେଖିବାକୁ ମିଳିଛି। ଗତ ସପ୍ତାହ ସାରା ଶେୟାର ବଜାର ଲାଲ୍‌ ସଙ୍କେତରେ ବନ୍ଦ ହେବା ସହିତ ନିବେଶକଙ୍କୁ ଭାରି କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା। ଏହା ଉପରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ହାସ ଏବଂ ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ଶେୟାର ବଜାର ସ୍ଥିତି ଆହୁରି ଖରାପ କରିଥିଲା। ଗତ ଏପ୍ରିଲ ୧୧ରେ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜର ମାର୍କେଟ୍‌ କ୍ୟାପିଟାଲାଇଜେଶନ ୨୪୬ ଲକ୍ଷ କୋଟି ଟଙ୍କା ଥିବା ବେଳେ ଗତ ୧ ମାସ ମଧ୍ୟରେ ସେଥିରେ ହ୍ରାସ ଘଟି ୨୪୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅର୍ଥାତ୍‌ ୧ମାସ ମଧ୍ୟରେ ଶେୟାର ବଜାର ନିବେଶକଙ୍କର ପ୍ରାୟ ୨୯ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଏହାଛଡ଼ା ଗତ ସପ୍ତାହର ଗୁରୁବାର ସୁଦ୍ଧା ନିବେଶକମାନେ ୪ଟି ଟ୍ରେଡିଂ ସିଜନକୁ ଲାଲ୍‌ ସଙ୍କେତରେ ବନ୍ଦ ହେବା ସାମ୍ନା କରିବା ସହିତ ପ୍ରାୟ ୧୮.୭୪ ଲକ୍ଷ କୋଟି ଟଙ୍କା କ୍ଷତିର ସାମ୍ନା କରିଛନ୍ତି।

Share