Categories: ଜାତୀୟ

କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ଶିବସେନା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି ଯେ, ଏଭଳି କରି ଅନ୍ନଦାତା ଶାନ୍ତିପୂର୍ଣ୍ଣ ଆନ୍ଦୋଳନଠାରୁ ଦୂରେଇ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କୃଷି ଆଇନ କାହିଁକି ହଟାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପଛରେ କିଛି ଅଦୃଶ୍ୟ ଶକ୍ତିର ହାତ ଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ନଦାତାଙ୍କ ଯୋଗୁ ଶାନ୍ତି ବ୍ୟାହତ ହେଲେ ଏହାର ସିଧାସଳଖ ପ୍ରଭାବ ଆନ୍ଦୋଳନରେ ଉପରେ ପଡ଼ିବ ବୋଲି ସଞ୍ଜୟ କହିଛନ୍ତି।

Share