୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ, ନିମନ୍ତ୍ରଣପତ୍ର ବାଣ୍ଟିବାକୁ ବାହାରିଲା ଟିମ୍‌

ପୁରୀ, ୨୬୧୨: ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ସମେତ ପ୍ରମୁଖ ମନ୍ଦିର, ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯିବ।

ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣପତ୍ର ମହାପ୍ରଭୁଙ୍କୁ ଅର୍ପଣ କରାଯିବା ପରେ ଅନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ମଙ୍ଗଳବାର ଯାତ୍ରା ଆରମ୍ଭ କରିବେ। ସୂଚନା ଅନୁଯାୟୀ, ନିମନ୍ତ୍ରଣପତ୍ର ବାଣ୍ଟିବା ପାଇଁ ରାଜ୍ୟ ବାହାରକୁ ୧୭ଟି ଓ ରାଜ୍ୟ ଭିତରେ ୧୪ଟି ଦଳ ଯାତ୍ରା କରିବେ। ମଙ୍ଗଳବାର ଟିମ୍‌ ଭକ୍ତନିବାସଠାରୁ ସକାଳ ୮ଟା ୩୦ରେ ସ୍ବତନ୍ତ୍ର ଗାଡ଼ିରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ଦିଆଯିବ। ପରେ ସମସ୍ତ ଟିମ୍‌ ନିମନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନକୁ ଯାତ୍ରା ଆରମ୍ଭ କରିବେ। ପ୍ରତ୍ୟେକ ଟିମ୍‌ରେ ଜଣେ ଲେଖାଏ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ।

Share