Categories: ଜାତୀୟ

ନିମନ୍ତ୍ରଣ ପତ୍ରରେ ରହିବ ବର-କନ୍ୟାଙ୍କ ଜନ୍ମ ତାରିଖ…

ଜୟପୁର,୧୦।୪: ଏଣିକି ବିବାହରେ ନିମନ୍ତ୍ରଣ ପତ୍ରରେ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯିବ। ରାଜ୍ୟରେ ବାଳବିବାହ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଣ୍ଟିଂ ପ୍ରେସ୍‌କୁ ବର ଏବଂ କନ୍ୟାଙ୍କ ପ୍ରମାଣ ପତ୍ରର ନକଲ ଦେବାକୁ ପଡ଼ିବ। ଯାହାଦ୍ୱାରା କୌଣସି ଅସୁବିଧା ହେବନି। ଏହା ସହିତ ବାଳବିବାହ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଏଥିରେ ସରକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ। ଏହା ଏକ ଅପରାଧ ଏବଂ ସମାଜ ପାଇଁ ହାନିକାରକ ବୋଲି ଅଭିଯାନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯିବ।

Share