Categories: ଜାତୀୟ

ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯୋଗଦେବାକୁ ଆମନ୍ତ୍ରଣ

ନୂଆଦିଲ୍ଲୀ,୧୭।୧: ଆସନ୍ତା ଜୁନରେ ବ୍ରିଟେନରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗ ଦେବାକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସ୍‌ନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି। ବିଶ୍ବର ପ୍ରମୁଖ ଗଣତାନ୍ତ୍ରିକ ବିକଶିତ ଦେଶଙ୍କ ସଂଗଠନ ହେଲା ଜି-୭ । ଏହାର ସଦସ୍ୟ ହେଲେ ବ୍ରିଟେନ, ଫ୍ରାନ୍ସ, କାନାଡା, ଜର୍ମାନୀ, ଆମେରିକା, ଇଟାଲି ଓ ଜାପାନ । ଏହା ସହିତ ୟୁରୋପୀୟ ସଂଘ ଜି-୭ର ସଦସ୍ୟ ରହିଛି। ଜି-୭ ସମ୍ମିଳନୀରେ ଅତିଥି ଭାବେ ଭାରତ ବ୍ୟତୀତ ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରାଯାଇଛି। ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ହେଲେ ବ୍ରଟେନରେ ଦେଖାଦେଇଥିବା କୋଭିଡ-୧୯ ନୂତନ ଷ୍ଟ୍ରେନ୍‌ ଯୋଗୁ ପ୍ରଧାନମନ୍ତ୍ରୀ ଜନସନ ନିଜ ଗସ୍ତକୁ ସ୍ଥଗିତ ରଖିଥିଲେ ।

Share