Categories: ଜାତୀୟ

ବିଦେଶ ଯାଇପାରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୫।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଅକ୍ଟୋବର ୨୫ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବିଦେଶ ଯିବା ଲାଗି ସୁପ୍ରିମକୋର୍ଟ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ବିଦେଶ ଯିବା ପୂର୍ବରୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ୧ କୋଟି ଟଙ୍କା ଜମା କରିବା ଲାଗି ତାଙ୍କୁ ଅଦାଲତ କହିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତି ତଦନ୍ତ ପ୍ରକ୍ରିୟାରେ ସହାୟତା କରୁ ନ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ବାରମ୍ବାର ସମନ ସତ୍ତ୍ୱେ ପି. ଚିଦାମ୍ବରମ୍‌ଙ୍କ ପୁଅ ଜେରା ପାଇଁ ହାଜର ହେଉ ନ ଥିବା ସେ କହିଥିଲେ। ଏହାର ବିଚାର ପରେ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ପି. ଚିଦାମ୍ବରମ କେନ୍ଦ୍ରରେ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆ ଗ୍ରୁପ୍‌ରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜିନିବେଶ ପାଇଁ ଏଫ୍‌ଆଇପିବି ମଞ୍ଜୁରୀ ପ୍ରଦାନରେ ଅନିୟମିତତା ଅଭିଯୋଗ ହୋଇଥିଲା।

Share