Categories: ଖେଳ

ଭାରତୀୟ ଦଳର ବିଜୟ ପରେ ଏମିତି କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ

ଇସଲାମାବାଦ,୧୮।୮ : ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ୧୫୧ ରନ୍‌ରେ ଇଂଲଣ୍ଡକୁ ହରାଇବା ପରେ ଟିମ୍‌ ଇଣ୍ଡିଆକୁ ବହୁ ପୂର୍ବତନ ଖେଳାଳି ପ୍ରଶଂସା କରିଛନ୍ତି। ପ୍ରଶଂସକଙ୍କ ତାଲିକାରେ ସାମିଲ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜିମାମ ଉଲ ହକ୍‌।

ଭାରତୀୟ ଦଳ ଏକ ରୋମାଞ୍ଚକ ବିଜୟ ହାସଲ କରିଛି। ଏଭଳି ବିଜୟ କଦାଚିତ ଦେଖିବାକୁ ମିଳେ। ଯୁବ ଖେଳାଳିମାନେ ସାମିଲ ହେବା ପରେ ଭାରତୀୟ ଦଳ ବିଦେଶରେ ମ୍ୟାଚ୍‌ ଜିତିବା ଆରମ୍ଭ କରିଛି। ବିଦେଶରେ ଜିତୁଥିବା ଦଳକୁ ହିଁ ଶକ୍ତିଶାଳୀ କୁହାଯାଏ। ଘରୋଇ ପରିବେଶରେ ଜିତିବା ସାଧାରଣ କଥା। କିନ୍ତୁ ପ୍ରତିପକ୍ଷ ଦଳକୁ ତା’ ପରିବେଶରେ ହରାଇବା କେବଳ ଶକ୍ତିଶାଳୀ ଦଳ ପକ୍ଷେ ସମ୍ଭବ ବୋଲି ଇଞ୍ଜିମାମ କହିଛନ୍ତି।

Share