Categories: ଖେଳ

ଜୁଲାଇ ୨୨ ଯାଏ ଆଇଓଏକୁ ମହଲତ

ନୂଆଦିଲ୍ଲୀ,୯ା୭(ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ କୁସ୍ତି ଚାମ୍ପିୟନଶିପ୍‌ର ଟ୍ରାଏଲ୍ସକୁ ନେଇ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ଦ୍ୱାରା ନିଯୁକ୍ତ ଆଡ୍‌ହକ ପ୍ୟାନେଲକୁ ଏକ ସପ୍ତାହର ମହଲତ ଦେଇଛି ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ(ଓସିଏ)। ପୂର୍ବରୁ ଜୁଲାଇ ୧୫ ତାରିଖ ଟ୍ରାଏଲ୍ସ ପାଇଁ ନିର୍ଦ୍ଧାରଣ କରାଯାଇଥିଲା। ଆନ୍ଦୋଳନରତ ରେସ୍‌ଲରମାନଙ୍କୁ ସମୟ ଦେବା ପାଇଁ ରେସଲିଂ ଟ୍ରାଏଲ୍ସକୁ ଘୁଞ୍ଚାଇବା ଲାଗି ଦାବି କରାଯାଉଥିବା ବେଳେ ଅଲିମ୍ପିକ୍‌ କାଉନ୍‌ସିଲ୍‌ ଅଫ୍‌ ଏସିଆ(ଓସିଏ) ଏହାକୁ ବିରୋଧ କରୁଥିଲା। ତେବେ ଆଇଓଏ ସଭାପତି ପିଟି ଉଷାଙ୍କ ଅନୁରୋଧ ପରେ ପୂର୍ବ ନିର୍ଦ୍ଧାରିତ ଜୁଲାଇ ୧୫ ତାରିଖ ପରିବର୍ତ୍ତେ ଜୁଲାଇ ୨୩ ସୁଦ୍ଧା ଚୂଡାନ୍ତ ନାମ ତାଲିକା ପଠାଇବା ପାଇଁ ଓସିଏ କହିଛି।ଏପରି ରିହାତି ସାଧାରଣତଃ ପ୍ରଦାନ କରାଯାଇନଥାଏ। ତେବେ ବ୍ୟାଙ୍କକ୍‌ରେ ଓସିଏର ସାଧାରଣ ବୈଠକରେ ଆଇଓଏ ସଭାପତି ପିଟି ଉଷା, ବରିଷ୍ଠ ଉପ ସଭାପତି ଅଜୟ ପଟେଲ ଓ ଯୁଗ୍ମ ସଚିବ କଲ୍ୟାଣ ଚୌବେ ଯୋଗ ଦେଇଥିଲେ। ସେମାନଙ୍କ ଅନୁରୋଧ କ୍ରମେ ଓସିଏ ଏକ ସପ୍ତାହ ଅଧିକ ଦେବାକୁ ନିଷ୍ପତ୍ତି ନେଇଛି। ଆଇଓଏ ପକ୍ଷରୁ ଏହି ଅବଧିକୁ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯିବାକୁ ପ୍ରୟାସ କରାଯାଇଥିଲେ ହେଁ
ଆନ୍ଦୋଳନରତ ରେସ୍‌ଲର ମାନଙ୍କୁ ସୁଯୋଗ ଦେବା ପାଇଁ ଆଇଓଏ ଏହି ପ୍ରୟାସ କରିଥିଲା। ମଙ୍ଗଳବାର ଆଡ୍‌ହକ ପ୍ୟାନେଲର ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ଆସି ନ ଥିଲା। ପୂର୍ବରୁ ରେସ୍‌ଲରମାନଙ୍କୁ ଏକ ଓ୍ବାନ୍‌ ବାଉଟ୍‌ ସୁଯୋଗ ଦେବା ପାଇଁ ବାଜଓ୍ବା ନିଷ୍ପତ୍ତି ନେଇଥିଲେ। ଯାହାକୁ ସମସ୍ତେ ବିରୋଧ କରିଥିଲେ।

Share