ଆଇଓବିର ପୁରୀ ଶାଖା ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର,୪।୫: ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ (ଆଇଓବି) ର ପୁରୀ ଶାଖା ପରିସରରେ ଏକ ନୂତନ ଗୃହ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଆଇଓବିର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ଶ୍ରୀବାସ୍ତବ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅପରପକ୍ଷରେ ସେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଆଇଓବିର କ୍ଷେତ୍ରୀୟ ପ୍ରବନ୍ଧକମାନଙ୍କୁ ସମ୍ବୋଧିତ କରିବା ସହ ଉତ୍ତମ ପାରଦର୍ଶିତା ହାସଲ କରିଥିବା ଶାଖା ପ୍ରବନ୍ଧକମାନଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବ୍ୟାଙ୍କର ମହାପ୍ରବନ୍ଧକ ମୋହନ ଏମ୍‌, ମୁଖ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଗୌରବ ଭରଦ୍ୱାଜ ଏବଂ ସହାୟକ ମହାପ୍ରବନ୍ଧକ ଶଶୀକାନ୍ତ ଭାରତୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ଜେସିବିର ନୂତନ ଉତ୍ପାଦ

ଭୁବନେଶ୍ୱର, ୨୩।୧୧: ଜେସିବି ଇଣ୍ଡିଆ ଲିମିଟେଡ୍‌ର ନୂତନ ଉତ୍ପାଦ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଫୁଏଲ ମାଷ୍ଟର ଜେସିବି ନେଷ୍ଟ ୨୧୫ ଏଲ୍‌ସି ଏକ୍ସାଭେଟର’ର ଅନାବରଣ...

ଡ୍ରିମ୍‌ସ ଅଧ୍ୟକ୍ଷଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ

ଭୁବନେଶ୍ୱର,୨୩।୧୧ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ ଏବଂ ଡ୍ରିମ୍‌ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ବିଶିଷ୍ଠ ଉଦ୍ୟୋଗପତି ଡ.ପ୍ରମୋଦ...

ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ...

ଜାନୁଆରୀ ୧ରୁ ବଦଳିଯିବ ଟେଲିକମର ଏହି ନିୟମ, Jio, Airtel, BSNL, Vi ଉପରେ ପଡ଼ିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୧: ସରକାର ଟେଲିକମ ନିୟମରେ ସମୟ ସମୟରେ ପରିବର୍ତ୍ତନ କରନ୍ତି। ଟେଲିକମ ଆକ୍ଟରେ କିଛି ନିୟମ ଯୋଡା ଯାଇଥିଲା, ଯାହାକୁ ସମସ୍ତ ରାଜ୍ୟ ମଧ୍ୟ ପାଳନ...

ଜୋମାଟୋରେ ନିଯୁକ୍ତି ସୁଯୋଗ: ୨୦ ଲକ୍ଷ ଦେଇ ବର୍ଷେ ମାଗଣା କାମ, ଦ୍ୱିତୀୟ ବର୍ଷରେ କମ୍ପାନୀ ଦେବ ଏତେ…

ନୂଆଦିଲ୍ଲୀ,୨୧।୧୧: ଅନଲାଇନ ଖାଦ୍ୟ ବିତରଣ ଆପ ଜୋମାଟୋରେ ବଡ ନିଯୁକ୍ତି ବାହାରିଛି। ଜୋମାଟୋ ସିଇଓ ଦୀପିନ୍ଦର ଗୋୟଲ ନିଜେ ଏହି ବିଷୟରେ ଏକ୍ସରେ ସୂଚନା ଦେଇଛନ୍ତି।...

ଆମେରିକାର ଅଭିଯୋଗ ଆଣିବାର କେଇ ମିନିଟ୍‌ ମଧ୍ୟରେ ବୁଡିଲା ଆଦାନୀଙ୍କ ଶେୟାର, ୨.୨୪ ଲକ୍ଷ କୋଟି ଟଙ୍କାର କ୍ଷତି…

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କୁ ଲାଗିଛି ଆଜି ସକାଳୁ ସକାଳୁ ଲାଗିଛି ବଡ଼ ଝଟ୍‌କା। ଆମେରିକାରେ ଅଭିଯୋଗ ଆଣିଛି କି, ସେ ତାଙ୍କ କମ୍ପାନୀ...

ମାତ୍ର ୫୧ ଟଙ୍କାରେ ବର୍ଷସାରା ମିଳିବ ୫ଜି ଡାଟା, ଜିଓର ସ୍ପେଶାଲ ଅଫର୍‌…

ନୂଆଦିଲ୍ଲୀ,୨୦।୧୧: ଭାରତର ସର୍ବବୃହତ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଗ୍ରାହକଙ୍କୁ ଏକ ସ୍ବତନ୍ତ୍ର ଭାଉଚର ପ୍ରଦାନ କରୁଛି । ମାତ୍ର ୬୦୧ ଟଙ୍କାରେ 5G ଅପଗ୍ରେଡ...

ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ

ନୂଆଦିଲ୍ଲୀ,୨୦।୧୧: ଦେଶର ପ୍ରମୁଖ ଇ- କମର୍ସ ପ୍ଲାଟ୍‌ଫର୍ମ ମିଶୋ ଅନ୍‌ଲାଇନ ଠକେଇ ବିରୋଧରେ ଲଢ଼େଇ କରିବା ସହ ପ୍ଲାଟ୍‌ଫର୍ମରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri