Categories: ଖେଳ

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ମୁମ୍ବାଇ,୧୩ା୧୦: ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା କ୍ରିକେଟ ସାମିଲ ହେବାକୁ ଯାଉଛି। ଲସ୍‌ଏଞ୍ଜେଲ୍ସ ଗେମ୍ସ ଆୟୋଜକଙ୍କ ଏ ସମ୍ପର୍କିତ ପ୍ରସ୍ତାବ ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ଅନୁମୋଦନ ଲାଭ କରିଛି। କ୍ରିକେଟ ଟି୨୦ ଫର୍ମାଟରେ ଖେଳାଯିବ। ଅନ୍ୟ ୪ଟି ଖେଳ ମଧ୍ୟ ଏଥିରେ ସ୍ଥାନ ପାଇବ। ସେଗୁଡ଼ିକ ହେଲା ବେସ୍‌ବଲ୍‌-ସଫ୍ଟବଲ, ଫ୍ଲାଗ୍‌ ଫୁଟ୍‌ବଲ, ଲାକ୍ରୋସେ (ସିକ୍ସେସ) ଏବଂ ସ୍କ୍ବାଶ।

ରବିବାର ଆରମ୍ଭ ହେବାକୁ ଥିବା ଆଇଓସି ସେସନରେ ଏହି ପ୍ରସ୍ତାବଗୁଡ଼ିକ ନେଇ ଭୋଟ ଗ୍ରହଣ ହେବ। କ୍ରିକେଟ ସପକ୍ଷରେ ଯଦି ଅଧିକ ସମର୍ଥନ ମିଳେ ତେବେ କ୍ରିକେଟ ଅଲିମ୍ପିକ୍ସରେ ସ୍ଥାନ ପାଇବ।

Share