ଭୁବନେଶ୍ୱରରରେ ଲାଗିବ ଆଇପି କ୍ୟାମେରା

ଭୁବନେଶ୍ୱର,୨୭ା୧୦(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟେରାମାନେ ଲୋକଙ୍କ ଟଙ୍କା ଓ ସୁନା ଗହଣା ନେଇ ଫେରାର ହୋଇଯାଉଛନ୍ତି। ଅତ୍ୟାଧୁନିକ କ୍ୟାମେରା ବ୍ୟବସ୍ଥା ନ ଥିବାରୁ ଲୁଟେରାମାନଙ୍କୁ ପୋଲିସ ସହଜରେ ଚିହ୍ନଟ କରିପାରୁ ନାହିଁ। ଏପରି କି ସେମାନଙ୍କୁ ଧରିବାରେ ଅନେକାଂଶରେ ଅସଫଳ ହେଉଛି। ଫଳରେ ଲୋକଙ୍କ ସମ୍ପତ୍ତି ଫେରାଇ ଆଣିବାରେ ମାସାଧିକ ସମୟ ଲାଗୁଛି। ରାଜଧାନୀରେ ଆପାର୍ଟମେଣ୍ଟରୁ ବାରମ୍ବାର ଚୋରି ପରେ ଏଥିରେ ରୋକ ଲଗାଇବାକୁ କମିଶନରେଟ ପୋଲିସ ତତ୍ପର ହୋଇଛି। ଆପାର୍ଟମେଣ୍ଟଗୁଡ଼ିକରେ ଅତ୍ୟାଧୁନିକ ଇଣ୍ଟରନେଟ ପ୍ରୋଟୋକଲ(ଆଇପି) କ୍ୟାମେରା ଲଗାଇବାକୁ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଶନିବାର ଏକ ଭିଡିଓ ଜାରି କରି ପରାମର୍ଶ ଦେଇଛନ୍ତି। ଏହାସହ ଏସମ୍ପର୍କରେ ଏକ ଗାଇଡ୍‌ଲାଇନ ଜାରି କରାଯାଇଥିବାବେଳେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏଶନ୍‌ସ (ଆର୍‌ଡବ୍ଲ୍ୟୁଏ)ର ସହଯୋଗ ଲୋଡ଼ା ଯାଇଛି। ଆପାର୍ଟମେଣ୍ଟ ପରିସରର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ଏହି ଆଇପି କ୍ୟାମେରା ଲଗାଯିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଏହାର ସମସ୍ତ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌କୁ ଶେୟାର କରିବା ସହ ସଂଯୋଗ କରିବାକୁ କୁହାଯାଇଛି। ଏହାଦ୍ୱାରା ପୋଲିସ ତୁରନ୍ତ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରିବାରେ ସହଜ ହୋଇପାରିବ।

ସୂଚନା ଅନୁସାରେ, ଗତ ୧୦ ମାସ ମଧ୍ୟରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରୁ ୬୫ଟି ଚୋରି ମାମଲାର ରିପୋର୍ଟ ହୋଇଛି। ଏହି ଚୋରି ଘଟଣାରେ ୨୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେବି ବହୁ ଅପରାଧୀ ଫେରାର ରହିଛନ୍ତି। ତେଣୁ ସମସ୍ତ ଅଭିଯୋଗର ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ଏକ ଟିମ୍‌ ମଧ୍ୟ ଗଠନ କରାଯାଇଛି ବୋଲି ପୋଲିସ କମିଶନର ସିଂ ସୂଚନା ଦେଇ କହିଛନ୍ତି। ସେହିପରି ଚୋରି ମାମଲାରେ ଯଦି କୌଣସି ସୂଚନା କିମ୍ବା ଅଭିଯୋଗ ଥାଏ, ତେବେ ହ୍ବାଟ୍‌ସଆପ୍‌ ନମ୍ବର ୭୦୭୭୭୯୮୧୧୧ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ହାଇଟେକ ପ୍ଲାଜା ଆପାର୍ଟମେଣ୍ଟର ପୂର୍ବତନ ସଭାପତି ବିନୋଦ କୁମାର ପଣ୍ଡାଙ୍କ କହିବା ହେଲା, ଆଇପି କ୍ୟାମେରା ଲଗାଇବା ପ୍ରସ୍ତାବକୁ ନେଇ ବିଭିନ୍ନ ଆପାର୍ଟମେଣ୍ଟ ସୋସାଇଟି ସହ ଗତ ଫେବୃଆରୀରେ କମିଶନରେଟ ପୋଲିସ ସହ ବୈଠକ ହୋଇଥିଲା। ସୋସାଇଟିର ସଦସ୍ୟମାନେ ଏହାକୁ ସ୍ବାଗତ କରିଥିଲେ। କିଛି ଆପାର୍ଟମେଣ୍ଟରେ ମଧ୍ୟ ଲାଗି ସାରିଛି। ଆଉ ଯେଉଁ ଆପାର୍ଟମେଣ୍ଟରେ ଏହି କ୍ୟାମେରା ବ୍ୟବସ୍ଥା ଲାଗି ନାହିଁ, ସେମାନେ ତୁରନ୍ତ ଲଗାଇବା ଆବଶ୍ୟକ। ଯେଉଁମାନେ ଲଗାଇବାକୁ ଅବହେଳା କରୁଛନ୍ତି, ପୋଲିସ ମଧ୍ୟ ଉକ୍ତ ଆପାର୍ଟମେଣ୍ଟ ସୋସାଟିଇର ମୁଖ୍ୟମାନଙ୍କୁ ତାଗିଦ୍‌ କରିବା ଜରୁରୀ। ଫଳରେ ସେମାନେ ଏହାକୁ ଗୁରୁତର ସହ ନେବେ। ଏପରି କି ଆପାର୍ଟମେଣ୍ଟକୁ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ମଧ୍ୟ ସୋସାଇଟି ତରଫରୁ ପ୍ରତି ମାସରେ ପୋଲିସକୁ ଦେବା ଆବଶ୍ୟକ। ସେହିପରି ପୋଲିସ ମଧ୍ୟ ପାଟ୍ରୋଲିଂ ବ୍ୟବସ୍ଥାକୁ ଢିଲା ନ କରି କଡ଼ାକଡ଼ି କଲେ ଚୋରି ହ୍ରାସ ପାଇବ ବୋଲି ପଣ୍ଡା କହିଛନ୍ତି।

ଇଣ୍ଟରନେଟ ପ୍ରୋଟୋକଲ ଅର୍ଥାତ୍‌ ଆଇପି ହେଉଛି ଏକ ଅତ୍ୟାଧୁନିକ ଡିଜିଟାଲ୍‌ ଭିଡିଓ କ୍ୟାମେରା। ଏହା ଡାଟା ରିସିଭ କରିବା ସହ ଆଇପି ନେଟଓ୍ବର୍କ ଜରିଆରେ ଫଟୋ ପଠାଇଥାଏ। ସାଧାରଣ ସିସିଟିଭି କ୍ୟାମେରାରେ ଉତ୍ତୋଳିତ ହେଉଥିବା ଚିତ୍ରଠାରୁ ଏହା ଅଧିକ ସ୍ପଷ୍ଟ। ଏଥିରେ ଉତ୍ତୋଳିତ ହେଉଥିବା ଚିତ୍ର ଏବଂ ତଥ୍ୟ କମିଶନରେଟ ପୋଲିସର କଣ୍ଟ୍ରୋଲ ରୁମ୍‌ ସହ ସଂଯୋଗ ରହିବ। ଏସିପି କେ. କେ. ହରିପ୍ରସାଦଙ୍କ ମୋବାଇଲ ନମ୍ବର ୭୬୦୬୦୬୬୭୬୬ରେ ଲିଙ୍କ୍‌ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଲେ ସ୍ବାମୀ, ନ ଦେବାରୁ ନେଲେ ଏମିତି ପଦକ୍ଷେପ…

ତୁମୁଡ଼ିବନ୍ଧ,୨୭ା୧୦(ଦୀପକ କୁମାର ପରାସେଠ): ନୃଶଂସ ସ୍ବାମୀଙ୍କର ଅମାନୁଷିକ କାଣ୍ଡ। ମଦ୍ୟପାନ ପାଇଁ ସ୍ବାମୀ ଟଙ୍କା ମାଗିବା ପରେ ସ୍ତ୍ରୀ ଟଙ୍କା ନ ଦେବାରୁ ଛୁରିରେ ସ୍ତ୍ରୀଙ୍କ...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ୫ ବର୍ଷୀୟା ଝିଅଙ୍କ ମୃତ୍ୟୁ ଅଭିଯୋଗ

ଝରିଗାଁ,୨୭।୧୦(କିଶୋର ଚନ୍ଦ୍ର ମଣ୍ତଳ)ନବରଙ୍ଗପୁରରୁ ଭୁବନେଶ୍ୱର ଯାଇ କାମ କରୁଥିବା ଏକ ଦମ୍ପତିଙ୍କ ୫ ବର୍ଷୀୟା ଝିଅ ଶୁକ୍ରବାର ଏକ ବାତ୍ୟା ଆଶ୍ରୟସ୍ଥଳ ଛାତରୁ ଖସି ପ୍ରାଣ...

ବିଜେଡି ବିଧାୟକଙ୍କୁ ଅଣଦେଖା: ଗଣେଶ୍ୱର

କେନ୍ଦ୍ରାପଡ଼ା,୨୭ା୧୦(ଜଗନ୍ନାଥ ଧଳ)ବାତ୍ୟା ‘ଦାନା’ ପ୍ରଭାବରେ କ୍ଷୟକ୍ଷତିର ଆକଳନ ଚାଲିଛି। ଏହି ସମୟରେ ଶାସକ ଓ ବିରୋଧୀ ଦଳର କଳି ଆରମ୍ଭ ହୋଇଛି। ବାତ୍ୟା ପରିଚାଳନାରେ ଶାସକ...

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମାନବିକତା: ବାତ୍ୟାବେଳେ ଅସୁସ୍ଥ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ଯାଏ ଆଣିଲେ

ରାଜନଗର,୨୭ା୧୦(ଭାସ୍କର ରାଉତରାୟ): ବାତ୍ୟା ‘ଦାନା’ ତାଣ୍ଡବ ଆରମ୍ଭ ହେବା ପୂର୍ବରୁ ରାଜନଗରରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହି ସମୟରେ ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ...

ଗଣମାଧ୍ୟମରେ ଏଆଇ ବ୍ୟବହାରର ତର୍ଜମା ହେଉ: ଏନ୍‌. ରାମ

ଭୁବନେଶ୍ୱର,୨୭ା୧୦(ଅନିଲ ଦାସ): ମିଡିଆ ସଂସ୍ଥାଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାରର ତର୍ଜମା କରନ୍ତୁ ବୋଲି ‘ଦି ହିନ୍ଦୁ’ର ପୂର୍ବତନ ଏଡିଟର୍‌-ଇନ୍‌-ଚିଫ୍‌ ଏନ୍‌.ରାମ କହିଛନ୍ତି। ଶନିବାର ପ୍ରେସ୍‌...

ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା...

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri