ଲଞ୍ଚହେଲା iPhone 16: ପ୍ରଥମ ଥର ପାଇଁ ଶୁକ୍ରବାର ବଦଳରେ ସୋମବାର ଥିଲା  ଲଞ୍ଚିଂ ଇଭେଣ୍ଟ: ପଛରେ ରହିଛି ଏହି ବଡ଼କାରଣ

ନୂଆଦିଲ୍ଲୀ,୧୦।୯: ଭାରତରେ iPhone 16 ଓ iPhone 16 Plus ଲଞ୍ଚ ହୋଇଛି। ଏଥିସହ କମ୍ପାନୀ iPhone 16 ପ୍ରୋ ଓ ଆପଲ ୱାଚ ସିରିଜ ୧୦ବି ଲଞ୍ଚ କରିଛି। ତେବେ ନୂଆ iPhone 16 ମଡେଲ ସମ୍ପୂର୍ଣ୍ଣ ନୂଆ A18 ଚିପ ସେଟ ଭଳି କାମ କରିବ। ଏଥିରେ ନୂଆ ଫିଚର ବଟନ  ମଧ୍ୟ ସାମିଲ କରାଯାଇଛି। ତେବେ ପ୍ରଥମ ଥର ପାଇଁ ଶୁକ୍ରବାର ପରିବର୍ତ୍ତେ ଆପଲ ସୋମବାର ଲଞ୍ଚିଂ ଇଭେଣ୍ଚ ରଖିଛି। ଏହାର ପଛରେ କ’ଣ ବଡ଼ କାରଣ ଜାଣନ୍ତୁ।
କାହିଁକି  ଶୁକ୍ରବାର ପରିବର୍ତ୍ତେ ସୋମବାର ?
ଏହି ବଡ଼ ରିବର୍ତ୍ତନ ପଛର ମୁଖ୍ୟ କାରଣ ହେଉଛି ଏକ କୋର୍ଟ ମାମଲା । ଆପଲ ଏବଂ ଆୟର୍ଲାଣ୍ଡ ମିଳିତ ଭାବେ ୨୦୦୪ ଏବଂ ୨୦୧୪ ମଧ୍ୟରେ ୧୦୦ ବିଲିୟନ ଡଲାରରୁ ଅଧିକ ଟିକସ ଫାଙ୍କିବା ପାଇଁ ଏକାଠି କାମ କରିଥିଲେ।ଏହି ମାମଲା ୨୦୧୬ ମସିହାରେ ଆରମ୍ଭ ହୋଇଥିଲା ।  ପରେ ଜରିମାନା ଲାଗୁ କରାଯାଇଥିଲା । ମାତ୍ର ଏହାର ଶୁଣାଣି ସେପ୍ଟେମୱର ୧୦ରେ ଅଛି । ଯଦି ଏହା ଆପଲ ବିପକ୍ଷରେ ଯାଏ ତେବେ ଏହା ବିକ୍ରି ଉପରେ ପ୍ରଭାବ ପକାଇପାରେ। ତେଣୁ କମ୍ପାନୀ ପକ୍ଷରୁ ସୋମବାର କାର୍ୟ୍ୟକ୍ରମ ରଖାଯାଇଥିଲା।
ଆପଲ iPhone 16 ସିରିଜର ଲଞ୍ଚ ତାରିଖ ପରିବର୍ତ୍ତନ କରିବାର ଆଉ ଏକ କାରଣ ଅଛି । ବାସ୍ତବରେ, ଆମେରିକାର ପ୍ରଥମ ରାଷ୍ଟ୍ରପତି ବିତର୍କ ସେପ୍ଟେମ୍ବର ୧୦ରେ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଛି, ଯାହା କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ । ଏଭଳି ପରିସ୍ଥିତିରେ ଆପଲ ଲଞ୍ଚ ଇଭେଣ୍ଟ କମ ମିଡିଆ କଭରେଜ ପାଇଥାନ୍ତା । ତେଣୁ କମ୍ପାନୀ ସେପ୍ଟେମ୍ବର ୯କୁ ଲଞ୍ଚ ତାରିଖ ଭାବରେ ବାଛିଥିଲା ।
ଅନ୍ୟପକ୍ଷେ ଆପଲ iPhone 16ର ୧୨୮ ଜିବି ବେସ୍‌ର  ଦାମ ପ୍ରାୟ ୬୭ହଜାର ଟଙ୍କା ରହିଛି। ସେହିପରି ୨୫୬ ଜିବି ଓ ୫୧୨ ଜିବି ଷ୍ଟୋରେଜ ଭ୍ୟାରିଆଣ୍ଟ ବି ପ୍ରଦର୍ଶିତ କରିଛି। iPhone 16 Plusର ବେସ ୧୨୮ଜିବି ଭାରିଆଣ୍ଟର ଦାମ ୭୫.୫୦୦ଟଙ୍କାରୁ ଆରମ୍ଭ ହେଉଛି। ଏହାକୁ ଭି ବେନିଲା ମଡେଲ ସହ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ଉପଲବ୍ଧ ରହିଛି। ଏହି ନୂଆ ମଡେଲକୁ ଆସନ୍ତା ୧୩ ସେପ୍ଟେମୱରରୁ ଆଗୁଆ ଅର୍ଡର କରିପାରିବେ ଯାହାର ସେଲ ୨୦ ସେପ୍ଟେମ୍ବରୁ ଆରମ୍ଭ ହେବ।
iPhone 16 ଓ iPhone 16 Plusର ନୂଆ ଫିଚରର୍ସ
iPhone 16 ଓ iPhone 16 Plus ଉଭୟ iOS 18 ରେ ଚାଲିଥାଏ। iPhone 16 ରେ 6.1ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହାକି ଆପଲର ସିରେମିକ ସିଲ୍ଡ ପ୍ରୋଟେକ୍ସନ, ଡାଏନାମିକ ଆଇଲ୍ୟାଣ୍ଡ ଓ ୨୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ ବ୍ରାଇଟେନ୍ସ ଲେବଲର ସପୋର୍ଟ କରିପାରେ। ସେହିପରି ଓ iPhone 16 Plusରେ ବ ୬.୭ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ଯାହା ବେନିଲା ମଡେଲ୍ର ସମାନ ଡିସପ୍ଲେ ଫିଚର୍ସ ସହ ଆସୁଛି।
କେବଳ ସେତିକି ନୁହେଁ, ଡିସପେ ବାଦ୍‌ ପ୍ଲସ ମଡେଲର ଅନ୍ୟ ସହୁ ସ୍ପେସିଫିକେଶନ ବେନିଲା ମଡେଲ ସହ ସମାନ ରହିଛି। ଦୁଇଟି ଯାକ ଆଇଫେନ ମଡେଲ ସଂପୂର୍ଣ୍ଣ ନୂଆ ଆକ୍ଟା-କୋର୍‌-A18 ଚିପ୍‌ ସେଟରୁ କମ ଦରରେ ମିଳୁଛି। ଏଥିରେ କମ୍ପାନୀ ଦ୍ୱାରା ଏଆଇ ସିଷ୍ଟମକୁ ସାମିଲ କରାଯାଇଛି। iPhone 16
Share