ଆଇଫୋନ୍‌ ବ୍ୟବହାରରେ ଲାଗିବ ରୋକ୍‌

ବେଜିଂ, ୭।୯: ଆଇଫୋନ୍‌ ବ୍ୟବହାରରେ ରୋକ୍‌। ଆଇଫୋନ୍‌ ବ୍ୟବହାର କଲେ ଜରିମାନା ଦେବା ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ। ଏପରି ଏକ ଅଦ୍ଭୁତ ଆଇନ ଆଣିଛି ଚାଇନା। ଆଇଫୋନ୍‌ ପରି ଖୁବ ଶୀଘ୍ର ପୋଷାକ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବାକୁ ଯାଉଛି। ଚାଇନା ନିଜ ସରକାରୀ କର୍ମଚାରୀଙ୍କ ଆଇଫୋନ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଭୁଲ ପୋଷାକ ପିନ୍ଧି ସରକାରଙ୍କ ଭାବନାକୁ ଆଘାତ ଦେଇଥିବା ଲୋକଙ୍କ ପାଇଁ ବର୍ତ୍ତମାନ ଚାଇନାରେ ଜରିମାନା ଓ ଜେଲଦଣ୍ଡ ଘୋଷଣା ହୋଇଛି।

ଚାଇନାରେ ଏବେ ଏକ ବିଳ୍‌ ପ୍ରସ୍ତୁତ ହେଉଛି ଯେଉଁଥିରେ ପୋଷାକ କିମ୍ବା ବକ୍ତବ୍ୟ ସମେତ ଅନେକ ପ୍ରକାରର ଆଚରଣ ଉପରେ ପ୍ରତିବନ୍ଧକ ଲଗାଯିବ। ଯାହା ଚାଇନାର ଲୋକଙ୍କ ବିଚାରଧାରା ଓ ସ୍ବାଧୀନତା ଉପରେ ପ୍ରଭାବ ପକାଇବ।ଏହି ଦଣ୍ଡ କେତେ ଦିନ ରହିବ ଓ କିମ୍ବା କେତେ ୟୁଆନ ଜରିମାନା ଆଦାୟ ହେବ ତାହା ସ୍ପଷ୍ଟ ହୋଇନାହିଁ। ଏକ ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୋଷୀଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଜେଲକୁ ପଠାଯିବା ସହ ୫୦୦୦ ୟୁଆନ ଅର୍ଥାତ ଭାରତୀୟ ଟଙ୍କାରେ ପ୍ରାୟ ୫୬ହଜାର ୭୬୫ଟଙ୍କାର ତଣ୍ଡ ଗଣିବାକୁ ପଡିବ।

Share