Posted inଖେଳ

ଆଇପିଏଲ୍‌- ୧୪: ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ଫେଭରାଇଟ୍‌

ନୂଆଦିଲ୍ଲୀ,୨୮।୪(ପି.ଟି.): ରିଦିମ୍‌କୁ ଫେରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୩ତମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ। ସ୍ଥାନୀୟ ଅରୁଣ ଜେଟ୍‌ଲି ଷ୍ଟାଡିୟମରେ ବୁଧବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଫେଭରାଇଟ୍‌ ମନେହେଉଛି। ସଂଘର୍ଷରତ ହାଇଦ୍ରାବାଦ ଗତ ମ୍ୟାଚ୍‌ରେ ସୁପର ଓଭରରେ ଦିଲ୍ଲୀ ଡେୟାର ଡେଭିଲ୍ସଠାରୁ ପରାସ୍ତ ହୋଇ ଅଳ୍ପକେ ବଜୟରୁ ବଞ୍ଚିତ ହୋଇଥିଲା। ପ୍ରତ୍ୟାବର୍ତ୍ତନ କରିବାକୁ ହାଇଦ୍ରାବାଦ ପ୍ରୟାସ ନିଶ୍ଚିତ କରିବ।
ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ଚେନ୍ନାଇ ପୂରା ଦମ୍‌ରେ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇ ପୂରା ଫର୍ମରେ ରହିଛି। ଚେନ୍ନାଇ ଏହି ମୁମେଣ୍ଟମ ଓ ବିଜୟଧାରା ବଜାୟ ରଖିବାକୁ ଚାହିଁବ। ପୂର୍ବରୁ ୩ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ଗତ ସଂସ୍କରଣରେ ନିହାତି ମାମୁଲି ପ୍ରଦର୍ଶନ କରି ଆଇପିଏଲ୍‌ ଇତିହାସରେ ପ୍ରଥମଥର ପାଇଁ ପ୍ଲେ ଅଫ୍‌ରେ ପ୍ରବେଶ କରିବାରୁ ବଞ୍ଚିତ ହୋଇଥିଲା। ଦଳ ଏଥର ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଭଲ ପ୍ରଦର୍ଶନ କରିଛି। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପ୍ରେରଣାଦାୟୀ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ସେ ଅନ୍ତିମ ଓଭରରେ ହର୍ଶଲ ପଟେଲଙ୍କୁ ନିର୍ମମ ପ୍ରହାର କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ବ୍ୟାଟିଂରେ ଦମ୍‌ ଦେଖାଇବା ସହ ସେ ଉଚ୍ଚକୋଟୀର ସ୍ପିନ ବୋଲିଂ କରି ୩ଟି ମୂଲ୍ୟବାନ ଉଇକେଟ ମଧ୍ୟ ଅକ୍ତିଆର କରିଥିଲେ। ଦୁଇ ଓପନର ଋତୁରାଜ ଗାଏକ୍ୱାଡ଼ ଓ ଫାଫ୍‌ ଡୁପ୍ଲେସି ଫର୍ମ ଫେରିପାଇଛନ୍ତି। ସେହିପରି ମିଡ୍‌ଲ ଅର୍ଡରରେ ସୁରେଶ ରାଇନା ଓ ଅମ୍ବାତି ରାୟୁଡୁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି। ହାଇଦ୍ରାବାଦ ତରଫରୁ ସ୍ପିନର ରସିଦ ଖାଁ ଉଚ୍ଚକୋଟୀର ବୋଲିଂ କରୁଥିଲେ ମଧ୍ୟ ଅନ୍ୟମାନେ ସେତେଟା ପ୍ରଭାବୀ ହୋଇପାରିନାହାନ୍ତି ଓ ଏକଥା ଚେନ୍ନାଇ ବ୍ୟାଟ୍ସମ୍ୟାନ ହୃଦୟଙ୍ଗମ କରିଛନ୍ତି।
ଅନ୍ୟପଟେ ହାଇଦ୍ରାବାଦ୍‌ ଅଧିନାୟକ ଡେଭିଡ୍‌ ଓ୍ବାର୍ନର, ଅଭିଜ୍ଞ କେନ୍‌ ଓ୍ବିଲିୟମସନ, ଓପନର ଜନି ବେୟାରଷ୍ଟୋ ଓ ରସିଦଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି। ବ୍ୟାଟ୍ସମ୍ୟାନଙ୍କ ଅସ୍ଥିର ପ୍ରଦର୍ଶନ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି କରିଛି। ଟପ୍‌ଅର୍ଡର ଉପରେ ଅତ୍ୟଧିକ ନିର୍ଭର କରିବା ମଧ୍ୟ ଦଳ ପାଇଁ ଶୁଭ ସଙ୍କେତ ନୁହଁ। ନିଜେ ଓ୍ବାର୍ନର ମଧ୍ୟ ଶ୍ରେଷ୍ଠ ଫର୍ମରେ ରହିନାହାନ୍ତି। ଚେନ୍ନାଇ ଦ୍ରୁତ ବୋଲର ଦୀପକ ଚହର ଏବେ ଜବରଦସ୍ତ ଫର୍ମରେ ରହିଥିବାରୁ ତାଙ୍କୁ କିଭଳି ସାମ୍ନା କରାଯିବ ସେ ନେଇ ଓ୍ବାର୍ନର ଯୋଜନା ପ୍ରସ୍ତୁତ କରିଥିବେ। ଚହରଙ୍କୁ ବାଦ୍‌ ଦେଲେ ଅଲରାଉଣ୍ଡର ଜାଡେଜା, ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଓ ସାମ କୁରାନଙ୍କୁ ନେଇ ଚେନ୍ନାଇ ବୋଲିଂ ବିଭାଗ ବେଶ୍‌ ଦୃଢ଼ ମନେହେଉଛି।
ଓ୍ବାର୍ନର, ବେୟାରଷ୍ଟୋ ଓ ଓ୍ବିଲିୟମସନଙ୍କ ମଧ୍ୟରୁ ଜଣେ କେହି ବଡ଼ ସ୍କୋର କଲେ ଓ ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ସଫଳ ହେଲେ ହାଇଦ୍ରାବାଦ ବଡ଼ ସ୍କୋର ହାସଲ କରିବ ଓ ଚେନ୍ନାଇ ଚ୍ୟାଲେଞ୍ଜ କରିବ। ହାଇଦ୍ରାବାଦ ବୋଲିଂ ବିଭାଗ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରିନାହିଁ। ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ପୁଣି ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଇଞ୍ଜୁରି କାରଣରୁ ବାଦ୍‌ ପଡିବାରୁ ଦଳର ସମସ୍ୟାକୁ ଦ୍ୱିଗୁଣିତ କରିଛି। ସୀମିତ ସମ୍ବଳରେ ହାଇଦ୍ରାବାଦ କିପର ବିଜୟଧାରାକୁ ଫେରିବ ସେ ନେଇ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ଚେନ୍ନାଇ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ତେବେ ଏହାପରେ ଚେନ୍ନାଇ ପଞ୍ଜାବ କିଙ୍ଗ୍ସକୁ ୬ ଉଇକେଟରେ, ରାଜସ୍ଥାନ ରୟାଲ୍ସକୁ ୪୫ ରନରେ, କୋଲକାତା ନାଇଟ ରାଇଡର୍ସକୁ ୧୮ ରନରେ ଓ ଶେଷରେ ବାଙ୍ଗାଲୋରକୁ ୬୯ ରନରେ ପରାସ୍ତ କରିଛି। ଚେନ୍ନାଇ ୪ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ହାସଲ କରି ତାଲିକା ଶୀର୍ଷରେ ରହିଛି। ଅନ୍ୟପଟେ ହାଇଦ୍ରାବାଦ ଠିକ୍‌ ଓଲଟା ପ୍ରଦର୍ଶନ କରିଛି। ୫ ମ୍ୟାଚ୍‌ ଖେଳି ୧ ବିଜୟ, ୪ ପରାଜୟ ସହ ୨ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ଅଷ୍ଟମ ସ୍ଥାନରେ ରହିଛି। ହାଇଦ୍ରାବାଦ କୋଲକାତାଠାରୁ ୧୦ ରନରେ ପ୍ରଥମେ ପରାସ୍ତ ହୋଇଥିଲା। ଏହାପରେ ବାଙ୍ଗାଲୋରଠାରୁ ୬ ରନରେ, ମୁମ୍ବାଇ ଇଣ୍ଡିଆନ୍ସଠାରୁ ୧୩ ରନରେ ପରାସ୍ତ ହୋଇଥିଲା। ତେବେ ଚତୁର୍ଥ ମ୍ୟାଚ୍‌ରେ ହାଇଦ୍ରାବାଦ ୯ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା। ଶେଷରେ ଦଳ ଟାଇ ମ୍ୟାଚ୍‌ରେ ଦିଲ୍ଲୀଠାରୁ ସୁପର ଓଭରରେ ପରାସ୍ତ ହୋଇଥିଲା।
ଚେନ୍ନାଇ ସୁପର କିଙ୍ଗ୍ସ ଦଳ:
ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେ.ଏମ. ଆସିଫ୍‌, ଦୀପକ ଚହର, ଡ୍ବେନ ବ୍ରାଭୋ, ଫାଫା ଡୁପ୍ଲେସି, ଇମ୍ରାନ ତାହିର, ଏନ୍‌. ଜଗଦୀଶନ, କର୍ନ ଶର୍ମା, ଲୁନ୍‌ଗି ଏନ୍‌ଗିଡି, ମିଚେଲ ସାଣ୍ଟନର, ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ, ଶାର୍ଦ୍ଦୁଳ ଠାକୁର, ସାମ କୁରାନ, ଆର, ସାଇ କିଶୋର, ମୋଇନ ଅଲି, କେ. ଗୋଥାମ, ଚେତେଶ୍ୱର ପୂଜାରା, ହରିଶଙ୍କର ରେଡ୍ଡୀ, ଭଗତ ବର୍ମା, ସି. ହାରି ନିଶାନ୍ତ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଅବଦୁଲ ସମଦ, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri