Posted inଖେଳ

ଆଇପିଏଲ-୧୪: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ଫେଭରାଇଟ୍‌

ଚେନ୍ନାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରବିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ରେ ପନ୍ତଙ୍କ ବ୍ୟାଟିଂ ପାଓ୍ବାର ଓ ରସିଦ ଖାଁଙ୍କ ସ୍ପିନ୍‌ ବୋଲିଂ ଚତୁରତା ମଧ୍ୟ ଲଢ଼େଇ ହେବ। ସ୍ଥାନୀୟ ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ ଅବଶ୍ୟ ଫେଭରାଇଟ୍‌ ବିବେଚିତ ହେଉଛି।
ଚେନ୍ନାଇର ଚେପକ ଟ୍ରାକ୍‌କୁ ନେଇ ବେଶ୍‌ ସମାଲୋଚନା କରାଯାଇଛି। ତେବେ ଏଥର ଏଠାରେ ଚଳିତ ସଂସ୍କରଣର ୧୦ମ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ। ଏ ପର୍ଯ୍ୟନ୍ତ ୯ଟି ମ୍ୟାଚ୍‌ ଚେପକରେ ଖେଳାଯାଇଥିବା ବେଳେ ୧୭୦ ସର୍ବାଧିକ ଦଳୀୟ ସ୍କୋର ରହିଛି। ମନ୍ଥର ଓ ମନୋରଞ୍ଜକ ଏହି ପିଚ୍‌ ବ୍ୟାଟ୍ସମ୍ୟାନଙ୍କ ପାଇଁ ପରୀକ୍ଷା ସୃଷ୍ଟି କରିଛି। ତେଣୁ ପନ୍ତ ଏହି ମ୍ୟାଚ୍‌ରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ଚେଷ୍ଟା କରିବେ। ଦିଲ୍ଲୀ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଭଲ ଫର୍ମରେ ରହିଛନ୍ତି। ପୃଥ୍ବୀ ଶ ପ୍ରଥମ ମ୍ୟାଚ୍‌ରେ ଭଲ ଖେଳିବା ପରେ ବିଫଳ ହୋଇଛନ୍ତି। ତେଣୁ ସେ ଫର୍ମକୁ ଫେରିବାକୁ ପ୍ରୟାସ କରିବେ। ଦିଲ୍ଲୀ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ଏକ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି।
ହାଇଦ୍ରାବାଦ ତା’ର ସବୁ ୪ଟି ମ୍ୟାଚ୍‌ ଚେନ୍ନାଇରେ ଖେଳିଛି। ଦଳ ଗୋଟିଏରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ବରଣ କରିଛି ଓ ୨ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଛି। ହ୍ୟାଟ୍ରିକ ପରାଜୟ ପରେ ପଞ୍ଜାବ କିଙ୍ଗ୍ସକୁ ହରାଇ ହାଇଦ୍ରାବାଦ୍‌ ପ୍ରତ୍ୟାବର୍ତ୍ତନ କରିଥିଲା। କେନ୍‌ ଓ୍ବଲିୟମସନ ଦଳକୁ ଫେରିବା ପରେ ହାଇଦ୍ରାବାଦ ଦଳରେ ସନ୍ତୁଳନ ବଢିଛି। ଦଳରେ ଅବଶ୍ୟ କ୍ୱାଲିଟି ଅନ୍ତର୍ଜାତୀୟ ଭାରତୀୟ ଖେଳାଳି ନାହାନ୍ତି। ଡେଥ୍‌ ବୋଲିଂ ସ୍ପେଶାଲିଷ୍ଟ ଟି. ନଟରାଜନ ଇଞ୍ଜୁରି କାରଣରୁ ଦଳରୁ ବାଦ୍‌ ପଡିଛନ୍ତି। ମନୀଷ ପାଣ୍ଡେଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୧୨ ରହିଛି। ତେଣୁ ବିଦେଶୀ ଖେଳାଳି ଓ୍ବାର୍ନର, ଜନି ବେୟାରଷ୍ଟୋ, ଓ୍ବିଲିୟମସନ ଓ ରସିଦଙ୍କ ଉପରେ ଦାୟିତ୍ୱ ବଢିଯାଇଛି। ରସିଦ ଏ ପର୍ଯ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ପନ୍ତ ଓ ତାଙ୍କ ମଧ୍ୟରେ ମୁକାବିଲା ଚିତ୍ତାକର୍ଷକ ହେବ ବୋଲି ଆଶା କରାଯାଉଛି। ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ, ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଉପରେ ହାଇଦ୍ରାବାଦର ବୋଲିଂ ନିର୍ଭର କରୁଛି। ଏମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ହୋଇପାରିନାହିଁ। ତେଣୁ ରସିଦ ଓ ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରୁଛି।
ମୁମ୍ବାଇ ଇଣ୍ଡିଆନ୍ସକୁ ଲୋ ସ୍କୋରିଂ ମ୍ୟାଚ୍‌ରେ ପରାସ୍ତ କରିବା ପରେ ଦିଲ୍ଲୀର ମନୋବଳ ଆହୁରି ବୃଦ୍ଧି ପାଇଛି। ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଫର୍ମ ନେଇ ଦିଲ୍ଲୀ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ଥିବ। ଗତ ୪ଟି ମ୍ୟାଚ୍‌ରେ ସେ ଓଭର ପିଛା ୮ ରନ ବ୍ୟୟ କରିଛନ୍ତି ଓ ମାତ୍ର ଗୋଟିଏ ଉଇକେଟ ହାସଲ କରିଛନ୍ତି। ମୁମ୍ବାଇର ଫ୍ଲାଟ ଉଇକେଟରେ ଖେଳିବା ପରେ ଚେପକରେ ସେ ସଫଳ ହେବେ ବୋଲି ଆଶା କରାଯାଉଛି। କାଗିସୋ ରାବାଡ଼ାଙ୍କ ବଳଦରେ ଅଲରାଉଣ୍ଡର କ୍ରିସ୍‌ ଓ୍ବକ୍ସଙ୍କୁ ପନ୍ତ ଖେଳାଇବା ଆଶା କରାଯାଉଛି। ଲଳିତ ଯାଦବ ଓ ଆଭେସ ଖାଁ ଆହତ ନ ହେଲେ ଅଭିଜ୍ଞ ଅଜିଙ୍କ୍ୟ ରାହାନେ ଓ ଈଶାନ୍ତ ଶର୍ମା ବେଞ୍ଚ୍‌ ବସିବା ନିଶ୍ଚିତ ମନେହେଉଛି। ଟ୍ରେଭର ବେଲିସ ଓ ଭିଭିଏସ୍‌ ଲକ୍ଷ୍ମଣ ହାଇଦ୍ରାବାଦର ବ୍ୟାଟିଂ ଲାଇନ କିପରି ଯୋଜନା କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
ଦିଲ୍ଲୀ ଦଳ: ରିଷଭ ପନ୍ତ (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଅଜିଙ୍କ୍ୟ ରାହାନେ, ଶିମରନ ହେଟମେୟର, ମାର୍କସ ଷ୍ଟୋଇନିସ୍‌, କ୍ରିସ୍‌ ଓ୍ବକ୍ସ, ଆର. ଅଶ୍ୱିନ, ଅକ୍ଷର ପଟେଲ, ଅମିତ ମିଶ୍ରା, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡ଼ା, ଅନରିଚ ନୋର୍ଜ, ଈଶାନ୍ତ ଶର୍ମା, ଆଭେସ ଖାଁ, ଷ୍ଟିଭ ସ୍ମିଥ୍‌, ଉମେଶ ଯାଦବ, ରିପଲ ପଟେଲ, ବିଷ୍ଣୁ ବିନୋଦ, ଲୁକମ୍ୟାନ ମେରିଓ୍ବାଲା, ଏମ. ସିଦ୍ଧାର୍ଥ, ଟମ୍‌ କୁରନ ଓ ସାମ ବିଲିଙ୍ଗ୍ସ।
ହାଇଦ୍ରାବାଦ ଦଳ:
ଡେଭିଡ ଓ୍ବାର୍ନର (ଅଧିନାୟକ), କେନ୍‌ ଓ୍ବିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ଶାହ, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ. ସୁଚିତ, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ରସିଦ ଖାଁ, ଟି. ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବାସିଲ ଥମ୍ପି, ଅବଦୁଲ ସମଦ, ଶାହାବାଜ ନଦିମ ଓ ମୁଜିବ- ଉର ରହମାନ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

Discount On Electricity Bill: ଲକ୍ଷେ ଟଙ୍କା ବିଜୁଳି ବିଲ୍‌ ହେଲେ ବି ମିଳିବ ରିହାତି, ଜାଣନ୍ତୁ କେଉଁମାନଙ୍କୁ ମିଳେ ଏହି ଲାଭ

ନୂଆଦିଲ୍ଲୀ,୧୧।୪: ନିକଟରେ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ, କଙ୍ଗନା ରଣାୱତ କହିଥିଲେ ଯେ ମନାଲିରେ ତାଙ୍କ ଘରର ବିଦ୍ୟୁତ ବିଲ ୧ ଲକ୍ଷ...

ହୋଟେଲରୁ ବାହାରି  ଏମିତି କହିଲେ ପୀୟୂଷ, ସବୁ ଫେରାଇ…

ଭୁବନେଶ୍ୱର,୧୧।୪: ସତ୍ୟନଗରର ଏକ ହୋଟେଲରୁ ବାହାରି  ଯାତ୍ରା ହିରୋ ପୀୟୂଷ ତ୍ରିପାଠୀ ତାଙ୍କ  ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଟଙ୍କା ଫେରାଇଲି, ଗାଡ଼ି ଫେରାଇବି। ମାଲିକ...

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି...

ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ବର୍ତ୍ତା

ବାଲିଗୁଡ଼ା,୧୧ା୪ (ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ମା’ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ବିଭିନ୍ନ ୱାର୍ଡର କାମନାକାରୀଙ୍କ ଘରକୁ ମା’ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ...

Ayushman Card: ଆସିଲା ଲିଷ୍ଟ! ଏମାନଙ୍କୁ ମିଳିବନି ଆୟୁଷ୍ମାନ କାର୍ଡରେ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି...

ପନ୍ତ କହିଲେ ହୃଦୟର କଥା, PM Modiଙ୍କୁ…

ନୂଆଦିଲ୍ଲୀ,୧୧।୪: ଆଇପିଏଲ୍‌ ୨୦୨୫ରେ ଟିମ୍‌ ଇଣ୍ଡିଆର ଷ୍ଟାର ଉଇକେଟକିପର୍‌ ଋଷଭ ପନ୍ତ ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ର ଅଧିନାୟକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଦଳ ଏଯାବତ ୫ ମ୍ୟାଚ୍‌...

ସ୍ବାସ୍ଥ୍ୟ କାର୍ଡ ଦାବି କଲେ ହସ୍ପିଟାଲ କର୍ମଚାରୀ

ଛତ୍ରପୁର,୧୧ା୪(ସନ୍ତୋଷ ପାଢ଼ୀ): ସରକାରୀ କର୍ମଚାରୀଙ୍କୁ କ୍ୟାଶଲେସ୍‌ ସ୍ବାସ୍ଥ୍ୟ ବୀମାରେ ସାମିଲ ସହ ପୁରୁଣା ହାରରେ ପେନସନ ପ୍ରଦାନ କରିବାକୁ ଛତ୍ରପୁର ହସ୍ପିଟାଲର କର୍ମଚାରୀମାନେ ଦାବି କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image