Categories: ଖେଳ

ଧୋନୀଙ୍କ ଉପରେ ବର୍ଷିଲେ ଗମ୍ଭୀର

ଆଇପିଏଲର ସବୁଠୁ ସଫଳ ଟିମ୍‌ ମଧ୍ୟରେ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନ ବିଜୟ ଅଭିଯାନରୁ ଆରମ୍ଭ କରିଛି। କିନ୍ତୁ ଚେନ୍ନାଇ ସୁପର କିଙ୍ଗସ ଦ୍ୱିତୀୟ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଧୋନୀଙ୍କ ଦଳ ୧୬ ରନରେ ହାରିଛି। ଏହି ପରାଜୟ ପରେ ଧୋନୀଙ୍କୁ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ସମାଲୋଚନା କରିଛନ୍ତି। ୨୧୭ ରନର ଟାର୍ଗେଟକୁ ପିଛା କରିବା ବେଳେ ସିଏସକେ ୧୧୪ରନରେ ୫ଟି ଉଇକେଟ ହରାଇଥିଲା, ଏହା ପରେ ଏମଏସ ଧୋନୀ ୧୪ ତମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ। ସେହି ସମୟରେ ଜିତିବା ପାଇଁ ଦଳକୁ ୧୦୩ରନ ଆବଶ୍ୟକ ଥିଲା। ସେ କହିଛନ୍ତି, ସାମ କୁରେନ, ରୁତୁରାଜ ଗାଇକୱାଡ ଆସିବା ପୂର୍ବରୁ ଧୋନୀ ପ୍ରଥମେ ବ୍ୟାଟିଂ ପାଇଁ ଆସିବା ଉଚିତ୍‌ ଥିଲା। ଧୋନୀଙ୍କ ନିଷ୍ପତ୍ତି ଉପରେ ଗମ୍ଭୀର କହିଛନ୍ତି ଯେ, ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଥିଲି, ସତ କହିବାକୁ ଗଲେ ଧୋନୀ କାହିଁକି ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ମୁଁ ବୁଝିପାରିଲି ନାହିଁ। ନିଜ ପୂର୍ବରୁ ବ୍ୟାଟିଂ କରିବାକୁ କ୍ୟୁରେନ ଏବଂ ଗାଏକ୍ୱାଡଙ୍କୁ କାହିଁକି ପଠାଗଲା? ଗମ୍ଭୀର କହିଛନ୍ତି ଯେ ସେ ଆଗକୁ ଆସି ନେତୃତ୍ୱ ନେବାର ଥିଲା। ଧୋନୀ ୭ ନମ୍ବରରେ ଆସିଲା ବେଳକୁ ମ୍ୟାଚ୍‌ ଶେଷ ହୋଇଯାଇଥିଲା ବୋଲି ସେ କହିଛନ୍ତି।

Share